‘ଖରାପ ସମୟ ଚାଲି ଯାଇଛି, ଜାନୁଆରୀରେ ଦେଶରେ ଆରମ୍ଭ ହେବ କୋଭିଡ୍-୧୯ ଟିକାକରଣ’

ନୂଆଦିଲ୍ଲୀ,:-ସାରା ଦେଶରେ କରୋନା ମାମଲା କମିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନାହିଁ । ଏହାମଧ୍ୟରେ କେନ୍ଦ୍ର ସରକାର ଏକ ଖୁସି ଖବର ଜଣାଇଛନ୍ତି । ଜାନୁଆରୀରୁ ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଭାକସିନର ଗୁଣବତ୍ତା, ସୁରକ୍ଷା ସହ କୌଣସି ସାଲିସ କରିବେ ନାହିଁ । ଜାନୁଆରୀର କୌଣସି ଏକ ସପ୍ତାହରେ ଭାରତ କରୋନା ଭାକସିନ ପ୍ରଦାନ କରିବା ସ୍ଥିତିରେ ରହିଥିବ ।

ଏହାପୂର୍ବରୁ ସେ କହିଥିଲେ ଯେ, ଦେଶରେ କରୋନା ମାମଲା ଲଗାତର ଭାବେ କମିବାରେ ଲାଗିଛି । ଏବେ ୬ଟି ଭାକସିନ କ୍ଲିନିକାଲ ଟ୍ରାଏଲରେ ଗତି କରୁଛି । ଏହାର ଭିନ୍ନ ଭିନ୍ନ ସ୍ତରରେ ବିକାଶ କରାଯାଉଛି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦେଶରେ ଏବେ ପ୍ରାୟ ୩ ଲକ୍ଷ ଆକ୍ଟିଭ୍ କେସ୍ ରହିଛି । ଦେଶରେ ୧ କୋଟି ୯୫ ଲକ୍ଷ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଭାରତର ସୁସ୍ଥ ହାର ବିଶ୍ୱରେ ସର୍ବାଧିକ । ତଥାପି ସତର୍କତା ଅବଲମ୍ବନ କରିବାକୁ ହେବ । କରୋନା ବିରୋଧୀ ଯୁଦ୍ଧରେ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର ସବୁଠାରୁ ବଡ ଅସ୍ତ୍ର ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *