ସଂପର୍କରେ ଲାଗିଲା ରକ୍ତର ଛିଟା : ସାମାନ୍ୟ କଥାକୁ ନେଇ ଭାଇକୁ ହତ୍ୟା କଲା ଭାଇ,

ହିସାର:- କୁଣ୍ଡଳ ଗାଁରେ ସାମାନ୍ୟ କଥାକୁ ନେଇ ଭାଇ ଖେଳିଲା ରକ୍ତର ହୋଲି ।  ସାନ ଭାଇ ଜଣଙ୍କ ବଡ଼ ଭାଇକୁ କୁରାଢିର ବାଡ଼ିରେ ପିଟିପିଟି ହତ୍ୟା କରିଛି । ମୃତକଙ୍କ ସ୍ତ୍ରୀ ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଭାଇ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ରହିଛି  । ମୃତକ ଜଗସୀର  ଏବଂ ତାର ଅଭିଯୁକ୍ତ ଭାଇ ମହବୁବ ବୋଲି ଜଣାପଡିଛି । ଉଭୟ ଏକାଠି ରହୁଥିଲେ ।

ଖବର ଅନୁଯାୟୀ, ଶନିବାର ଦିନ ବିଳମ୍ବିତ ରାତି ପ୍ରାୟ  ୧୦.୩୦ରେ ନିଜ ଜଗସୀର ନିଜ ଭାଇ ମହେବୁବକୁ ଘରେ ରଖାଯାଇଥିବା କ୍ରସର  ଓ ବାଲିକୁ ମିଶାଇ ବାଥରୁମ କାମ କରିବାକୁ କହିଥିଲେ । ବାସ୍‌ ଏହି ସାମାନ୍ୟ କଥାକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଉଭୟଙ୍କ ମଧ୍ୟରେ ଲାଗିଥିବା ବିବାଦ ଏତେ ଭୟଙ୍କର ହୋଇଯାଇଥିଲେ ଯେ, ଘରେ ଥିବା କୁରାଢିରୁ ବାଡ଼ିକୁ କାଢି ଜଗସୀରଙ୍କୁ ଆକ୍ରମଣ କରିବାକୁ ଲାଗିଥିଲା ମେହେବୁବ ।  ଉଭୟଙ୍କ ବିବାଦ ଦେଖି ଘରେ ଉପସ୍ଥିତ ଥିବା ଜଗସୀରଙ୍କ ପତ୍ନୀ ଆସିଥିଲେ, ଏବଂ ବିବାଦକୁ ସମାଧାନ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ତାଙ୍କୁ ଧକ୍କା ମାରି ତଳେ ପକାଇଦେଥିଲେ ।

ସେପଟେ ସାନଭାଇର ଲଗାତର ଭାବେ ବଡ ଭାଇକୁ ଆକ୍ରମଣ କରିବାରେ ଲାଗିଥିଲା । ସାନ ଭାଇର ଆକ୍ରମଣ ବଡ଼ ଭାଇ ଗୁରୁତର ଭାବେ ତଳେ ପଡିରହିଥିଲେ । କିଛି ସମୟ ଧରି ପଡିରହିବା ପରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଅଭିଯୁକ୍ତ ଭାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରିବାର ଲୋକ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କ ମୃତଦେହ ହସ୍ତାନ୍ତର କରିଛି । ଘଟଣାର ଛାନ୍‌ଭିନ୍‌ ଜା ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *