୩୦ ଜୁନ୍ ପର୍ଯ୍ୟନ୍ତ ଚାଲିବନି କୌଣସି ରେଗୁଲାର ଟ୍ରେନ୍, ରେଲଓ୍ବେ କ୍ୟାନସେଲ୍ କଲା ସବୁ ଟିକେଟ୍
ନୂଆଦିଲ୍ଲୀ:-ଭାରତୀୟ ରେଲଓ୍ବେ ବଡ ନିଷ୍ପତ୍ତି ନେଇ ୩୦ ଜୁନ୍ ପର୍ଯ୍ୟନ୍ତ ବୁକ କରାଯାଇଥିବା ସମସ୍ତ ଟିକେଟକୁ କ୍ୟାନସେଲ କରିଛି। ଅର୍ଥାତ ୩୦ ଜୁନ୍ ପର୍ଯ୍ୟନ୍ତ ନିୟମିତ ଟ୍ରେନ ଚାଲିବ ନାହିଁ। ଏବେ କୌଣସି ରିଜର୍ଭେସନ୍ କରାଯିବ ନାହିଁ। ରେଲଓ୍ବେର ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଶ୍ରମିକ ସ୍ପେଶାଲ ଟ୍ରେନ୍ ଓ ସ୍ପେଶାଲ ଟ୍ରେନ୍ ବନ୍ଦ ହେବନି, ତାହା ଚାଲିବ। ଭାରତୀୟ ରେଲଓ୍ବେର କହିବା ଅନୁସାରେ, ଯେଉଁ ଯାତ୍ରୀମାନେ ଟିକେଟ କ୍ୟାନସେଲ କରିଛନ୍ତି ତାଙ୍କୁ ଆଇଆରସିଟିସି ପକ୍ଷରୁ ଖୁବ୍ ରିଫଣ୍ଡ କରିଦିଆଯିବ। ଲକଡାଉନ୍ କାରରରୁ ୨୨ ମାର୍ଚ୍ଚରୁ ସାରା ଦେଶରେ ଟ୍ରେନ୍ ବନ୍ଦ ରହିଛି। ହା ଭିତରେ ଆଇଆରସିଟିସିରେ ୧୪ ଅପ୍ରେଲ ପର୍ଯ୍ୟନ୍ତ ଟିକେଟର ରିଜର୍ଭେସନ୍ ହେଉଛି। ୨୨ ମାର୍ଚ୍ଚ ପୂର୍ବରୁ ମଧ୍ୟ ଲକ୍ଷାଧିକ ଲୋକ ଅନଲାଇନ୍ ଓ କାଉଣ୍ଟର ଜରିଆରେ ଟିକେଟ କିଣୁଥିଲେ।ଯଦିଓ ଲକଡାଉନ୍ ଘୋଷଣା ପରେ ଟ୍ରେନ୍ ବନ୍ଦ ହୋଇଯାଇଥିଲା ଓ ଯାତ୍ରୀଙ୍କର ଟଙ୍କା ଅଟକିକି ରହିଯାଇଥିଲା। ଏବେ ଏହି ସମସ୍ତ ଟିକେଟକୁ କ୍ୟାନସେଲ୍ କରିଦିଆଯାଇଛି ଓ ସମସ୍ତ ଟିକେଟକୁ ଗ୍ରାହକଙ୍କୁ ରିଫଣ୍ଡ କରିଦିଆଯିବ।










