ସଂପର୍କୀୟ ଭଉଣୀକୁ ଦୁଷ୍କର୍ମ , ଭାଇ ସହ ୩ ଗିରଫ
ବାରିପଦା :–ବାରିପଦା ସହରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଭଳି ଲଜ୍ଜାଜନକ ଖବର ଆସିଛି । ଏ ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଷ୍ଟେସନ ବଜାରର ସେଖ୍ କାଲୁର ପୁଅ ସେଖ୍ ସଫିକ୍ ଓରଫ ସାଫୁଆ (୨୩), ଉଦଳା ଜିରଦାର ସନାତନ ଦାସର ପୁଅ ରବୀନ୍ଦ୍ର (୨୮), ବାରିପଦା ପୌରପରିଷଦ ୱାର୍ଡ ନଂ ୧୪ ଶୁନଗଡ଼ିଆର ସେଖ ନୁରୁର ପୁଅ ସେଖ୍ ନିଆଜୁ (୨୮) ଓରଫ ବୁତୁରୁ ।
ଗତ ୧୨ ତାରିଖ ସନ୍ଧ୍ୟାରେ ଜନୈକା ୧୫ବର୍ଷର ନାବାଳିକାକୁ ତାର ତଥାକଥିତ ଭାଇ ସଫିକ୍ ପେଟ୍ରୋଲ ଆଣିବାକୁ କହି ଡାକିଥିଲା । ନାବାଳିକା ଯିବା ପରେ ସଫିକ୍ ତାକୁ ଆଣି ତା’ ଘରେ ଛାଡ଼ିବା ପରିବର୍ତ୍ତେ ଏକ ପଡ଼ିଆକୁ ନେଇଯାଇଥିଲା । ସେଠାରେ ସଫିକ୍ ସହ, ରବି ଓ ତାର ସାଙ୍ଗ ମିଶି ନାବାଳିକାକୁ ଜବରଦସ୍ତ ପାଖରେ ଥିବା ଏକ ଗ୍ୟାରେଜକୁ ନେଇ ରାତିତମାମ ଦୁଷ୍କର୍ମ କରିଥିଲେ । ରାତି ୩ଟାରେ ସେମାନେ ବାହାରକୁ ଯାଇଥିବା ବେଳେ ପୀଡ଼ିତା ଜଣକ କୌଶଳ କ୍ରମେ ସେଠାରୁ ଖସି ଆସି ଘରେ ପହଞ୍ଚି ପରିବାର ଲୋକଙ୍କୁ ସମସ୍ତ ଘଟଣା ବିଷୟରେ କହିଥିଲେ । ୧୩ ତାରିଖ ପୀଡ଼ିତା ବାରିପଦା ଟାଉନ୍ ଥାନାକୁ ଆସି ଗଣ ବଳାତ୍କାର ବାବଦରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଅଧଘଣ୍ଟା ଭିତରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କ ବିରୋଧରେ ପୁଲିସ୍ ୩୭୬(୩), ୩୭୬(ଡି/୩୪ଆଇପିସି), ଧାରା ୬ ପୋକ୍ସୋ ଆକ୍ଟ ଲଗାଇଛି । ପରେ ପୀଡ଼ିତାଙ୍କ ସମେତ ପୁଲିସ୍ ୩ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା କରାଇଥିଲା ।










