ଜମି ବିବାଦକୁ ନେଇ ଉତ୍ତର-ପଶ୍ଚିମ ପାକିସ୍ତାନରେ ଗୁଳିକାଣ୍ଡ, ୮ ମୃତ

ଖୈବରପୁକ୍ତନଖ୍ୱା:-ଏକ ଭୂମି ବିବାଦ ସମାଧାନ ଲାଗି ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବରପୁକ୍ତନଖ୍ୱା ସ୍ୱାବୀ ଜିଲ୍ଲା ହୁଜରାରେ ଦୁଇଗୋଷ୍ଠୀ ମଧ୍ୟରେ ଶନିବାର ଗୁଳିକାଣ୍ଡ ହୋଇଛି। ଫଳରେ ୮ ଜଣ ପ୍ରାଣ ହରାଇଛନ୍ତି। ବିବାଦର ସମାଧାନ ଲାଗି ଜିରଗା (ଆଦିବାସୀ ପରିଷଦ) ଉଦ୍ୟମ କରୁଥିବା ବେଳେ ଉତ୍ତେଜନା ସୃଷ୍ଟି ହେବାରୁ ଏପରି ପରିସ୍ଥିତି ଉପୁଜିଛି।

ଏହି ଗୁଳିକାଣ୍ଡ ପ୍ରଦେଶିକ ବିଧାନସଭାର ପୂର୍ବତନ ସଦସ୍ୟ ସର୍ଦ୍ଦାର ଅଲୀଙ୍କ ଘର ପଡିଶାରେ ଘଟିଛି। ଭୂମି ବିବାଦର ଜିରଗା ସମାଧାନ କରୁଥିବା ବେଳେ ଅନେକ ଲୋକ ରୁଣ୍ଡ ହୋଇଥିଲେ। ଅଚାନକ ଭିଡ ଭିତରେ ଗୁଳିକାଣ୍ଡ ହୋଇଥିଲା।  ଫଳରେ ଦେଖୁ ଦେଖୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ପହଞ୍ଚି ଶବ ଜବତ କରିବା ସହ ମାମଲାର ତଦନ୍ତ ଜାରି ରଖିଛନ୍ତି।

କେପିକେ ଆଇଜି ସନ୍ନାଉଲ୍ଲା ଆବାସୀ ଜିରଗା ଅଦାଲତରେ ଗୁଳିକାଣ୍ଡ ହୋଇଥିବା କହିଛନ୍ତି। ଘଟଣା ସମ୍ପର୍କରେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *