ପୁଣି ନକଲି ଘିଅ କାରଖାନାରେ ରେଡ୍

କଟକ:-କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାର ଅଞ୍ଚଳରେ ଅପମିଶ୍ରିତ ନକଲି ଘିଅ କାରଖାନା ଠାବ ହୋଇଛି। ପୋଲିସ ସୂଚନା ପାଇବା ପରେ  ଏ ସି ପି ଜୋନ ୧ ଅଧିକାରୀ ଅମରେନ୍ଦ୍ର ପଣ୍ଡା ଓ ସି ଏ ମ ସି ହେଲଥ ଅଫିସର ସତ୍ୟବ୍ରତ ମହାପାତ୍ର ମିଳିତ ଭାବେ କାରଖାନା ଉପରେ ଚଢ଼ାଉ କରିଥିଲେ।

ଲକ୍ଷାଧିକ ଟଙ୍କାର ନକଲି ଘିଅ ସହ ଜଣକୁ ଅଟକ ରଖିଛି କମିଶନରେଟ୍ ପୋଲିସ୍। ଚଢ଼ାଉ ପରେୀ କମ୍ପାନୀ ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । କମ୍ପାନୀର ବିଭିନ୍ନ ପ୍ରକାର ଘିଅ, ରାଶି ତେଲ , ଗଙ୍ଗା ଜଳ ପ୍ରସ୍ତୁତ କରି  ଚୌଧିରି ବଜ଼ର ଓ ପିଠାପୁର ମାର୍କେଟକୁ ପଠାଯାଉଥିଲେ। ଅଳ୍ପ ମୂଲ୍ୟରେ ୩ଟି କମ୍ପାନୀ ନାମରେ ବିକ୍ରି କରୁଥିଲା ନକଲି ସାମାଗ୍ରୀ। ସେହିପରି ଆଜି ସକାଳୁ କଟକରେ ନକଲି ଲଙ୍କା ଗୁଣ୍ଡ ଖାରଖାନା ଠାବ ହୋଇଥିଲା।

Leave a Reply

Your email address will not be published. Required fields are marked *