TRP ମାମଲା: କେନ୍ଦ୍ର ସୂଚନ ଓ ପ୍ରସାରଣ ମନ୍ତ୍ରୀ କହିଲେ ୫୦ ହଜାର ଘରୁ ନେଇ ପାରିବାନି ୨୨ କୋଟିଙ୍କ ରାୟ
ନୂଆଦିଲ୍ଲୀ:-କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ସାମ୍ବାଦିକତା ଛାତ୍ରଛାତ୍ରୀଙ୍କୁ ଟିଆରପି କେନ୍ଦ୍ରିତ ପତ୍ରକାରିତା ଝିନଝଟ୍ରେ ନ ଫଶିବାକୁ ପରାମର୍ଶ ଦେଇ ଛନ୍ତି। ଟେଲିଭିଜନ କାର୍ଯ୍ୟକ୍ରମରେ ଟିଆରପି ମିଟର ୫୦ ହଜାର ଘରେ ଲାଗିଛି। ସେଥିରୁ ଆମେ ୨୨ କୋଟି ଦେଶବାସୀଙ୍କ ରାୟ ଜାଣିପାରିବା ନାହିଁ କହିଛନ୍ତି। ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି)ର ୨୦୨୦-୨୧ ବର୍ଷ ଶୁଭାରମ୍ଭ କରି ସୋମବାର ଏହା କହିଛନ୍ତି।
ସେ କହିଛନ୍ତି ଯେ ସାମ୍ବାଦିକତା ଏକ ଦାୟିତ୍ୱ ସମ୍ପନ୍ନ କାର୍ଯ୍ୟ। ଏହା ଲୋକଙ୍କୁ ଭ୍ରମିତ କରିବାର ଉପକରଣ ନୁହେଁ। ଯଦି ସଂଗୃହୀତ ତଥ୍ୟ ଆଧାରରେ ସମ୍ବାଦ ପରିବେଷଣ କରାଯାଏ ଏଥିଲାଗି ଚାଞ୍ଚଲ୍ୟ ସୃଷ୍ଟି କରିବା ଭଳି କିଛି ଉପାଦାନର ଆବଶ୍ୟକତା ମଧ୍ୟ ନାହିଁ। ଯଦି ବଳିଷ୍ଠ ପ୍ରମାଣ ବିନା କିଛି ବି କରାଗଲା ତାହା କେବଳ ନାଟକ ବୋଲି ଲୋକେ ବୁଝିବାକୁ ବେଶି ସମୟ ଲାଗିବନି।
ସେ କହିଛନ୍ତି ଯେ ସମାଜରେ କେବଳ ଖରାପ ଘଟଣା ଘଟୁନି ଅନେକ ଭଲ କାମ ମଧ୍ୟ ହେଉଛି। ଯଦି ଭଲ କାମ ଉପରେ ଗୁରୁତ୍ୱ ଦିଆଯାଏ କ୍ରମଶଃ କୁକାର୍ଯ୍ୟ ମଧ୍ୟ ହ୍ରାସ ହେବା ଆରମ୍ଭ କରେ ବୋଲି କହିଛନ୍ତି। ସମାଜରେ ଅନେକ ରଚନାତ୍ମକ ଘଟଣା ଘଟୁଛି। ତେବେ ଦୁର୍ଭାଗ୍ୟର କଥା ହେଲା ସେ ସବୁ ଲାଗି ଗଣମାଧ୍ୟମ ପ୍ରତିନିଧିଙ୍କ ସମୟ ନାହିଁ।