ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ସହ ବାଇକ୍ ଲୁଟି ନେଲେ ଲୁଟେରା
ବାଲିପାଟଣା:- ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟି ନେଲେ ଲୁଟେରା। ମିଳିଥିବା ସୂଚନା ଅନୁସାରେ ଆଇତଳଙ୍ଗ ରାସ୍ତାରୁ ଫାଇନାନ୍ସ କର୍ମଚାରୀଙ୍କଠୁ ୧୦ ହଜାର ୩ ଶହ ଟଙ୍କା ସହ ଏକ ମୋବାଇଲ୍ ଫୋନ୍ ଲୁଟ କରିଛନ୍ତି ୨ ଜଣ ଦୁର୍ବୃତ୍ତ।
ସୂଚନାଥାଉକି ସୂର୍ଯ୍ୟଦୟ ସ୍ମଲ ଫାଇନାନ୍ସ କର୍ମଚାରୀ ଜିତେନ୍ଦ୍ର ବାରିକ ଋଣ ଟଙ୍କା ସଂଗ୍ରହ କରି ସରାଟ-ଆଇତଳଙ୍ଗ ରାସ୍ତାରେ ଫେରୁଥିବା ବେଳେ ଏକ ନିଛାଟିଆ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ଜିତେନ୍ଦ୍ରଙ୍କୁ ଧକ୍କା ମାରି ଦେଇଥିଲେ। ଜିତେନ୍ଦ୍ର ତଳେ ପଡିଯିବା ପରେ ଏକ ଭୁଜାଲି ଦେଖାଇ ତାଙ୍କୁ ଭୟଭୀତ କରିଥିଲେ ୨ ଲୁଟେରା। ପରେ ଜିତେନ୍ଦ୍ରଙ୍କ ପାଖରେ ଥିବା ଟଙ୍କା ବ୍ୟାଗ୍ ଏବଂ ମୋବାଇଲ୍ ନେଇ ଫେରାର୍ ହୋଇଯାଇଥିଲେ ଲୁଟେରା। ଗାଡ଼ିରୁ ପଡ଼ି ଜିତେନ୍ଦ୍ର ଆହତ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜିତେନ୍ଦ୍ର ।