ମଧ୍ୟ ପ୍ରଦେଶରେ ଲାଗିପାରେ ଗୋମାତା ଟ୍ୟାକ୍ସ

ଭୋପାଳ:-ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ କହିଛନ୍ତି, ବିଜେପି ସରକାର ରାଜ୍ୟରେ ଗୋବଂଶ କଲ୍ୟାଣ ପାଇଁ ଅର୍ଥ ଯୋଗାଡ ପାଇଁ କିଛି ଟ୍ୟାକ୍ସ ଲଗାଇବାକୁ ଯୋଜନା କରୁଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଭୋପାଳରେ ନିଜ ବାସଭବନରେ ଅନଲାଇନ୍‌ ମାଧ୍ୟମରେ ରାଜ୍ୟର ନବଗଠିତ ଗୋକ୍ୟାବିନେଟ୍ ବୈଠକ କରିଛନ୍ତି।

ଆଗ୍ରା-ମାଲଓ୍ଵା ଜିଲ୍ଲାରେ ସୁସନେର ନିକଟ ସାଲରିଆ ଏକ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋ ବଂଶର କଲ୍ୟାଣ ପାଇଁ ଟିକସ ଲଗାଯିବାର ସମ୍ଭାବନା ରହିଛି। ଏହା ପଛରେ ସେ ଭାରତୀୟ ସଂସ୍କୃତିରେ ଗୋମାତାଙ୍କୁ ପ୍ରଥମ ରୁଟି ଖୁଆଇବା ତର୍କ ଦେଇଥିଲେ। ଏନେଇ ଲୋକଙ୍କ ମତାମତ ଲୋଡାଯାଇଥିଲା ଏବଂ ସକରାତ୍ମକ ମତ ମିଳିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ଆମ ଘରମାନଙ୍କରେ ପ୍ରଥମ ରୁଟି ଗାଈଙ୍କ ପାଇଁ ତିଆରି ହେଉଥିଲା। ଶେଷ ରୁଟି କୁକୁରଙ୍କୁ ଦିଆଯାଉଥିଲା। ଏହା ଆମ ଭାରତୀୟ ସଂସ୍କୃତି ଥିଲା। ଏବେ ଅଧିକାଂଶ ଘରଗୁଡିକରେ ଗୋବର ବାହାରୁ ନାହିଁ ଓ ଆମେ ଅଲଗା ଗୋବର ନେଇ ପାରିବା ନାହିଁ। ଏଥିପାଇଁ ଆମେ ଗାଈର କଲ୍ୟାଣ ଲାଗି କିଛି ଟିକସ୍ ଲଗାଇବା ଉପରେ ବିଚାର କରୁଛୁ।

ଏହା ବ୍ୟତୀତ ସେ କହିଛନ୍ତି, ରାଜ୍ୟରେ ଗୋଶାଳା ସଞ୍ଚାଳନ ପାଇଁ ଏକ ଆଇନ ତିଆରି ହେବ ଏବଂ ଜିଲ୍ଲାପାଳଙ୍କୁ ପ୍ରତ୍ୟେକ ଗୋଶାଳାର ପରିଚାଳନ ଲାଗି ଏକ ମୋଡେଲ୍ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨୦୦୦ ଗୋଶାଳା କରାଯିବ ଏବଂ ଏହାକୁ ସାମାଜିକ ସଂସ୍ଥାର ସହଯୋଗରେ ସଞ୍ଚାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *