ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪୮ଘଣ୍ଟାରେ ନେବ ଅବପାତର ରୂପ, ଆସନ୍ତାକାଲିଠୁ ଘଡଘଡି ସାଙ୍ଗକୁ ବର୍ଷା ସମ୍ଭାବନା

ଭୁବନେଶ୍ଵର:- ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ। ୪୮ଘଣ୍ଟାରେ ନେବ ଅବପାତର ରୂପ। ଆଗାମୀ ୪୮ଘଣ୍ଟାରେ ଆଉରି ଘନୀଭୂତ ହେବା ନେଇ ପାଣିପାଗ ବିଭାଗର ସୂଚନା। ପ୍ରଭାବରେ ୨୫ତାରିଖରେ ଦକ୍ଷିଣ ଓଡିଶାରେ ବର୍ଷା ହେବ । ଲଘୁଚାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏକ ଘୁର୍ଣ୍ଣିବଳୟ ମଧ୍ୟ ରହିଛି ଯାହା ଓଡ଼ିଶାରେ ଆସନ୍ତାକାଲି ଠାରୁ ଘଡଘଡି ସାଙ୍ଗକୁ ବର୍ଷା କରାଇବା ସହ ଘନକୁହୁଡ଼ି କରାଇବ।

ଭାରତ ମହାସାଗର ତଥା ଏହାର ସଂଲଗ୍ନ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଯାହା ଆସନ୍ତା ୪୮ଘଣ୍ଟାରେ ଅବପାତର ରୂପ ନେବ। ଏହାର ଆସନ୍ତା ୪୮ଘଣ୍ଟାରେ ଆଉରି ଘନୀଭୂତ ହେବାର ସମ୍ଭାବନା ମଧ୍ୟ ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖରେ ଦକ୍ଷିଣ ଓଡିଶାରେ ବର୍ଷା ହେବ। ଏହାସହ ରାଜ୍ୟର ଆଭ୍ୟନ୍ତରୀଣ ଭାଗରେ ଏକ ଘୁର୍ଣ୍ଣିବଳୟ ରହୁଥିବାରୁ ଆସନ୍ତା ୨ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆସନ୍ତାକାଲି କଟକ, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ଗଂଜାମ, ନବରଙ୍ଗପୁର ଓ ଯାଜପୁର ରେ ଘଡଘଡି ସାଙ୍ଗକୁ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ୨୩ ତାରିଖରେ ମଧ୍ୟ ୧୧ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ରହିଛି।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ନଭେମ୍ବର ମାସରେ ଅଧିକ ସହିତ ଅନୁଭୁତ ହେବ ନାହିଁ। ଲଘୁଚାପ ପ୍ରଭାବରେ ରାତିର ତାପମାତ୍ରା ବିଶେଷ ହ୍ରାସ ପାଇ ପାରିବ ନାହିଁ। ୨୫ତାରିଖରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ପାଗ କୋହଲା ରହିବ। ଫଳରେ ଦିନର ତାପମାତ୍ରା କମିବ, ଖରା ଅନୁଭୂତ ହେବନାହିଁ। କିନ୍ତୁ ଶୀତ ହେବନାହିଁ ବୋଲି ପାଣିପାଗ ଵିଶେଷଜ୍ଞ କହିଛନ୍ତି। ଅମଳ ହୋଇଥିବା ଧାନକୁ ବର୍ଷାରୁ ବଞ୍ଚାଇବାକୁ ସାଇତି ରଖିବା ସହ ପନିପରିବା ନ ଲଗାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *