ଭୁବନେଶ୍ବରରେ ଲଞ୍ଚ କଲା ‘ରାଇଡ୍‌ଜୁ କ୍ୟାବ୍ ଆପ୍

ଭୁବନେଶ୍ବର:- ଭୁବନେଶ୍ୱରରେ ଆଜି ଲଞ୍ଚ କଲା ରାଇଡ୍‌ଜୁ କ୍ୟାବ୍ ଆପ୍। ଭୁବନେଶ୍ବର ନବମ ସହର ଭାବେ ସ୍ଥାନ ପାଇଛି।। ଭୁବନେଶ୍ୱରର ୫୦୦ ଅଟୋ ଚାଳକ ଓ ୨୦୦ କ୍ୟାବ ଚାଳକ ପଞ୍ଜିକୃତ ହୋଇଛନ୍ତି। କିଲୋମିଟର ପିଛା ଅଟୋ ଭଡା ନିର୍ଦ୍ଦାରଣ କରାଯାଇଛି। ଅଟୋରେ ୨କିମିକୁ ୧୯ ଟଙ୍କା ଓ ୩କିମିକୁ ପଡିବ ୨୫ ଟଙ୍କା। ‘ସ୍ମାର୍ଟସିଟି ଅନଲାଇନ ଗ୍ରୁପ’ ପକ୍ଷରୁ ଭୁବନେଶ୍ୱରରେ ଅଟୋ ଚାଳକମାନେ ଏଥିରେ ଯୋଗ ଦେଲେଣି।

ଏହି ଆପ୍‌କୁ ଡାଉନଲୋଡ କଲେ ଅନଲାଇନରେ ସୁବିଧାରେ ଅଟୋ ଆଉ ଟ୍ୟାକ୍ସି ବୁକ କରି ପାରିବେ । ଏହା ମାଧ୍ୟମରେ ୨୪ ଘଣ୍ଟିଆ ସର୍ଭିସ ମିଳି ପାରିବ । ଯାତ୍ରୀମାନେ ଯାତ୍ରା କରିବା ବେଳେ ସହଜ ଓ ସୁରକ୍ଷା ପ୍ରଦାନ କରିବ ବୋଲି ରାଇଡ଼ଜୁ କ୍ୟାବ ପକ୍ଷରୁ କୁହାଯାଇଛି । ଭଲ-ଖରାପ ସେବା ପାଇ ପାରୁଛନ୍ତି କି ନାହିଁ, ସେନେଇ ପାଇଁ ଯାତ୍ରୀମାନେ ଫିଡ଼ ବ୍ୟାକ୍ ମଧ୍ୟ ଦେଇପାରିବେ ।

ଅଟୋ ଆଉ ଟ୍ୟାକ୍ସି ଡ୍ରାଇଭରଙ୍କୁ ମ୍ୟାନେଜମେଣ୍ଟ ଟ୍ରେନିଂ ବି ଦିଆଯିବ। ଡ୍ରାଇଭରମାନେ ଯାତ୍ରୀଙ୍କ ସହିତ ଭଲ ବ୍ୟବହାର କରିବେ, ସେ ନେଇ ରାଇଡ଼ଜୁ କ୍ୟାବ ପକ୍ଷରୁ ନିଶ୍ଚିତ କରାଯାଇଛି । ପ୍ଲେ ଷ୍ଟୋରକୁ ଯାଇ ଏହି ଆପ୍ ଡାଉନଲୋଡ କରିପାରିବେ । ପୂର୍ବରୁ ୮ ଟି ସହରରେ ରାଇଡ଼ଜୁ କ୍ୟାବ ଚାଲିଛି।

Leave a Reply

Your email address will not be published. Required fields are marked *