ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସହ କେକ୍ କାଟିଲା ପୁଲିସ୍

ମାଲକାନଗିରି:-ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ ନୀତି ଅନୁସାରେ ଆଜି ପର୍ଯ୍ୟନ୍ତ ୨୦୦ ନକ୍ସଲ ଆତ୍ମସମର୍ପଣ କରିସାରିଛନ୍ତି। ଏହି ଖୁସିରେ ପୁଲିସ୍ ନକ୍ସଲଙ୍କ ସହ କେକ୍ କାଟିଛନ୍ତି। ବୁଧବାର ୩ ହାର୍ଡକୋର ନକ୍ସଲ ପୁଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି।

ନକ୍ସଲଙ୍କୁ ଧରିବା ପାଇଁ ପୁଲିସ୍ ଲକ୍ଷେ ଟଙ୍କାଏ ଲେଖାଏ ପୁରସ୍କାର ରଖିଥିଲା ଛତିଶଗଡ଼ ସରକାର। ବୁଧବାର CRPFର ଡିଆଇଜି ଏବଂ ଦନ୍ତେୱାଡା ପୁଲିସ ନିକଟରେ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସରେଣ୍ଡର କରିଥିବା ନକ୍ସଲ ନାଁ ହେଲା ନନ୍ଦା ରାମ ସୋଢି, ଜୋଟେଲ ମରକାମ, ରଞ୍ଜିସ ମୁଚାକି।

ଏହି ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିବା ପରେ ଏମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୁଲିସ ସେମାନଙ୍କ ପୁରସ୍କାର ରାଶି ଦେବା ସହ ସେମାନଙ୍କ ଥଇଥାନ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ରାଜ୍ୟ ସରକାର କରିବେ ବୋଲି ଦନ୍ତେୱାଡା SP ଅଭିଷେକ ପଲ୍ଲଭ କହିଛନ୍ତି।

Leave a Reply

Your email address will not be published. Required fields are marked *