ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଜା

ନୂଆପଡ଼ା:- ନାବାଳିକା ଦୁଷ୍କର୍ମକାରୀକୁ ମିଳିଲା ୨୦ ବର୍ଷ ସଜା । ୨୦୧୮ର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ନୂଆପଡ଼ା ପୋକ୍ସୋ କୋର୍ଟ ଦୋଷୀକୁ ୨୦ ବର୍ଷର ସଜ୍ଜା ଶୁଣାଇଛନ୍ତି । ଏହାସହ  ୧୫ ହଜାର ଟଙ୍କାର ଜରିମାନା ବି କରାଯାଇଛି  ।

ସୂଚନାଯୋଗ୍ୟ,  ୨୦୧୮ ମସିହାରେ ସଂପୃକ୍ତ ଅଭିଯୁକ୍ତ ନୂଆପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଜଣଙ୍କ ନାବାଳିକାକୁ  ବାଇକ୍‌ରେ ଗାଁ  ନିକଟ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା । ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଥିଲା  ।

ଗତକାଲି ସ୍ୱତନ୍ତ୍ର ଜଜ୍ ପୋସ୍କୋ କୋର୍ଟ ମାମଲାର ବିଚାର କରି ଦୋଷୀକୁ ୨୦ବର୍ଷ ଜେଲ ଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା କରାଯାଇଛି  ।

Leave a Reply

Your email address will not be published. Required fields are marked *