ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଦେଲା ସ୍ୱାମୀ

ରେଢ଼ାଖୋଲ:- ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳରେ। ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ ।ସ୍ଥାନୀୟ ଘୁସୁରିଆବାହାଲ ଗାଁରେ ଗତକାଲି ରାତିରେ ଘଟିଛି ଏଭଳି ଘଟଣା । କୌଣସି ଏକ କାରଣରୁ ସ୍ୱାମୀ ପ୍ରମୋଦ ଭଏସା ଓ ତାଙ୍କ ସ୍ତ୍ରୀ ପାର୍ବତୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ପ୍ରମୋଦ ଉତ୍ୟକ୍ତ ହୋଇ ସ୍ତ୍ରୀଙ୍କ ମୁଣ୍ଡକୁ ହାଣି ଦେଇଥିଲେ।  ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *