ବିଚ୍ ରାସ୍ତାରେ ମହିଳାଙ୍କୁ ଛୁରାମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଛଘରିଆ-ଇଚ୍ଛାପୁର ରାସ୍ତାରେ ଘଟଣାଛି ଘଟଣା । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ସସ୍ମିତା ଓଝା ନାମକ ଜଣେ ମହିଳା ମଙ୍ଗଳବାର ସଂଧ୍ୟାରେ ତାଙ୍କ ସମ୍ପର୍କୀୟଙ୍କ ସହିତ ନିଜ ଶାଶୁ ଘରକୁ ବାଇକ ଯୋଗେ ଫେରୁଥିଲେ । ଚ୍ଛଘରିଆ-ଇଚ୍ଛାପୁର ରାସ୍ତାରେ ଏକ ନିଛାଟିଆ ଜାଗାରେ ଜଣେ ଦୁର୍ବୃତ୍ତ ବାଇକକୁ ଅଟକାଇ ସସ୍ମିତା ଓ ତାଙ୍କ ସମ୍ପର୍କୀୟଙ୍କୁ ଧାରୁଆ ଛାରୁୀ ଆକ୍ରମଣ କରିଥିଲେ । ନିଜକୁ ବଞ୍ଚାଇବା ପାଇଁ ପ୍ରାଣବିକଳରେ ଦୌଡ଼ି ପଳାଇ ଆସିବାକୁ ଚେଷ୍ଟା କଲା ବେଳେ ଦୁର୍ବୃତ୍ତ ଜଣଙ୍କ ସସ୍ମିତାଙ୍କ ହାତରେ ଥିବା ଏକ ବ୍ୟାଗ୍ କୁ ଝାମ୍ପି ନେଇ ଚମ୍ପଟ ମାରିଥିଲା l ଏହି ବ୍ୟାଗ୍ ରେ ଏକ ସୁନା ଚେନ୍ ଓ ନଗଦ ୨ ହଜାର ଟଙ୍କା ଥିଲା ବୋଲି ସସ୍ମିତାଙ୍କ ସମ୍ପର୍କୀୟ କହିଛନ୍ତି l ପୋଲିସ ଘଟଣାକୁ ନେଇ ଖୋଳତାଡ଼ ଜାରି ରଖିଛି l ଗୁରୁତର ଅବସ୍ଥାରେ ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l