କରୋନାର ଦ୍ବିତୀୟ ଲହରି ଦୃଷ୍ଟିରୁ BMCର କଟକଣା : ବିବାହରେ ସର୍ବାଧିକ ୧୦୦ , ଶୁଦ୍ଧିକ୍ରିୟାରେ ୫୦ଲୋକ ହେବେ ସାମିଲ
ଭୁବନେଶ୍ୱର:- କରୋନାର ଦ୍ବିତୀୟ ଲହରିକୁ ଦୃଷ୍ଟିରୁ BMCର କଟକଣା ଜାରି କରାଯାଇଛି । ବିବାହ ଓ ଶୁଦ୍ଧିକ୍ରିୟାରେ ଲୋକ ଏକାଠି ହେବା ନେଇ ବିଏମସି ଜାରି କରିଛି ସ୍ବତନ୍ତ୍ର ଗାଇଡ ଲାଇନ । ସମ୍ଭାବ୍ୟ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ନେଇ ବିଏମସି ଗାଇଡ ଲାଇନ ଜାରି କରିଛି । ରାଜଧାନୀରେ ବିବାହ ପାଇଁ ସର୍ବାଧିକ ୧୦୦ ଏବଂ ଶୁଦ୍ଧି କ୍ରିୟାରେ ୫୦ ଜଣଙ୍କୁ ଅନୁମତି ମିଳିଛି ।
କୋଭିଡ କଟକଣା ନେଇ ଆୟୋଜକ ସମସ୍ତ ବ୍ୟବସ୍ଥା କରିବେ । ସ୍ଥାନୀୟ ଥାନା ଓ ବିଏମସିର ଅନୁମତି ନେବା ଜରୁରୀ ରହିଛି । ବିନା ପ୍ରସେସନରେ ହେବ ବାହାଘର । ଲକ୍ଷଣ ଥିଲେ ଉଭୟ ଉତ୍ସବକୁ ମନା କରିଛନ୍ତି । ଏହାସହ ଗର୍ଭବତୀ, ବୟସ୍କ ଏବଂ ୧୦ ବର୍ଷରୁ କମ୍ ଶିଶୁଙ୍କୁ ବାରଣ କରାଯାଇଛି । ପ୍ରବେଶ କଲା ପୂର୍ବରୁ ଥର୍ମାଲ ସ୍କ୍ରିନିଂ, ମାସ୍କ ଓ ୬ ଫୁଟର ଦୂରତା ବାଧ୍ୟତାମୂଳକ ରହିଛି । ଭିତରେ ପାନ ଓ ଗୁଟଖା ଖାଇବା ମନା । ଆସନ୍ତା ୨୫ ତାରିଖରୁ ଏହି ସମସ୍ତ କଟକଣା ଲାଗୁ ହେବ ।