କ୍ୟାପିଟାଲ ଥାନା ଅଧିକାରୀଙ୍କ ଅଡ଼ିଓ କ୍ଲିପ ଭାଇରାଲ,ଖଣ୍ଡା ଯୋଗାଡ କରିବାକୁ କହୁଛନ୍ତି
ଭୁବନେଶ୍ୱର:-କମିଶନରେଟ ପୁଲିସର କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କ ଏକ ଅଡ଼ିଓ କ୍ଲିପ ଏବେ ଭାଇରାଲ ହେବାରେ ଲାଗିଛି । ଅଡିଓରେ ଥାନା ଅଧିକାରୀ ଶ୍ରୀଚକ୍ରବର୍ତ୍ତୀ ନିଲମ୍ବିତ ସବ-ଇନସ୍ପେକ୍ଟର ରାକେଶ ସାମଲ ସହ ପ୍ରାୟ ୨ମିନିଟ କଥା ହୋଇଛନ୍ତି । ଏହି ବାର୍ତ୍ତାଳପରେ ଥାନା ବାବୁ ରାକେଶକୁ ଏକ ଖଣ୍ଡା ଯୋଗାଡ କରିବାକୁ କହୁଛନ୍ତି । ଯାହାକୁ ନେଇ କମିଶନରେଟ ପୁଲିସ ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି ହେଲାଣି । ଜଣେ ଛୋଟ ଅପରାଧୀକୁ ଖଣ୍ଡା ଧରାଇ ଦୋଷୀ ସଜାଇବାକୁ ଚକ୍ରାନ୍ତ କରାଯାଉଥିବା ଆପାତତଃ ସ୍ପଷ୍ଟ ହେଉଛି ।
ସାର୍.. । ରାକେଶ କ’ଣ ତା’ର ହାଲଚାଲ୍ ଯେ… । ସାର୍ ସେ ଆସିନି ଆଉ ସେଠାକୁ । ଘରକୁ ବି ଯାଇନି ସେ । ଘରେ ତା ମା ସହିତ କଥା ହେଲି ସେ ଘରକୁ ବି ଯାଇନି । ତମେ କେଉଠିଁ ଅଛ । ଥାନାରେ ଅଛି ସାର୍ । ଏହି ସନ୍ଧ୍ୟା ବେଳେ ଅସିତ୍ ହିରିକା ଗଲେନି କି । ଗଲେଣି ସାର୍ । ହଁ । ତମେ ଥାନାରେ ଅଛ । ହଁ, ସାର.. ଶୁଣ ସେଠି ଗୋଟେ ୨୭ ଆର୍ମ୍ସ ଆକ୍ଟ ଲଗେଇ ଦେଇଛି ଭାଇ ତୋର, ତ ମୁଁ କହିବା କଥା ଗୋଟେ ଖଣ୍ଡାଟେ ଦେଉନ । ହଁ ସାର ଦେଇଦେବି ଆଜି । ତାକୁ କୁହ ଗୋଟେ ଖଣ୍ଡାଟେ ଆଣି ଦେଇଦେଉ । ଖଣ୍ଡାଟେ ଦେଖାଇ ଦେଲେ, ତାକୁ ପନିସମେଣ୍ଟକରାଇକି କେମିତି ରୋକୋର୍ଟ ଟା ବିଲଟି ଅଫ କରାଇଦେବା । ସାର୍ ସାର୍ ଖଣ୍ଡା ନେଇ ଆସୁଛି ସାର୍ । ଏଇଟା ଆଣେ ଆଉ ଆର ଟୋକାଟାକୁ ଆଣେ ମ । ସେ ବା ସେଇଁଠି ଅଛି । ହଁ ଯେ ଆମେ ତା ଘରେ ପଶି ଆଣିପାରିବା ନାହିଁ ନା । ନାଁ ମ ।
ଦିନେ ଦୁଇଦିନ କେତେ ଦିନ ସେ ଭିତରେ ରହିବ । ଖାଲି ବାହାରକୁ ଯିବ କହୁଥିଲା, ସେଇଟା ଜଗିଦେଲେ ହେବ । ତା ଭାଇ ତ ବାହାରେ ଚାକିରୀ କରୁଥିଲା । ସେ ଏବେ ଏଇଠି ଅଛି । ହୁଁ । ଦେଖୁଛି ଦେଖୁଛି ସାର୍ । ଆଜି ୯ଟା ସୁଦ୍ଧା ଏଇ କାମଟା କର । ହଁ ସାର ସେ ତ ଆସିଲେ ଯାହା କରିବୁ । ସେ ତ ଜମା ଆସୁନି । ଆଉ ଅନୀଲକୁ ଦେଇ ଦେଇଥିଲ କି? ଅନୀଲକୁ ହଁ । ଆରେ ତମେ ସେ ପୁରୁଣା ବାକିଆ ଗୁଡ଼ାକ ଦେଇଦେଲେ, ୧୭ଟା ବାକିଆ ଅଛି ସେଗୁଡ଼ିକ ସବୁ ଏଣ୍ଟ୍ରି ଫଲୋଅପରେ ହେବ । ୫ଟା ଏଣ୍ଟ୍ରି ହୋଇଛି । ଆହୁରି ୧୨ଟା ହେବ । ହ ହଉ ମୁଁ ଯାଏ । ତମେ ସେଗୁଡା ସବୁ କର । ମୁଁ ଏଇଠି ବସିଛି ବିଶୁ ପାଖରେ ।
ଭାଇରାଲ ହେଉଥିବା ଅଡ଼ିଓ ପ୍ଲିକରେ ଏଭଳି କିଛି ବାର୍ତ୍ତାଳପ ରହିଛି । ଥାନା ଅଧିକାରୀ ବାହାରେ ଥାଇ ଏସଆଇ ରାକେଶକୁ ଫୋନ କରୁଥିବା ବେଳେ କେଉଁ ଲାକଙ୍କ ସମ୍ପର୍କରେ କଥା ହେଉଛନ୍ତି, ତାହା ସ୍ପଷ୍ଟ ଜଣାପଡୁନି । ତେବେ ରାକେଶ ଓ ଅସିତ ବଳବନ୍ତରାୟ ଏବେ ଗାଡି ଚୋରି ଏବଂ ଦୁଷ୍କର୍ମ ମମାଲାରେ ବିବାଦୀୟ ଥିବା ବେଳେ ଅଡ଼ିଓ ଭାଇରାଲ ହେବା, ଘଟଣାକୁ ସମ୍ବେଦନଶୀଳ କରିପକାଇଛି ।










