ଫସଲ ଜଗିବାକୁ ଯାଉଥିଲେ, ରାତିରେ ଦଳିଦେଲା ହାତୀ

ପାଲଲହଡା:- ଜଣେ ଚାଷୀ ନିଜର କଷ୍ଟ ଉପାର୍ଜିତ ଫସଲ ଜଗିବାକୁ ଯାଉଥିଲେ। ହେଲେ ଅନ୍ଧାର ରାତିରେ ତାଙ୍କୁ ଦଳିଦେଲା ଦନ୍ତାହାତୀ। ଗତକାଲି ରାତିରେ ଏପରି ଘଟଣା ଅନୁଗୋଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ।ଗତକାଲି ରାତିରେ ଶ୍ରୀରାମପୁର ଗାଁ ଅନାଦି ହାଣ୍ଡିଆରୀ ଚାଷ ଜମି ଗବିବାକୁ ଯାଇଥିଲେ। ସେ ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିଜ କ୍ଷେତ ଜଗିବାକୁ ଯାଉଥିଲେ। ଏହି ସମୟରେ ସେ ଦନ୍ତା ହାତୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ତାଙ୍କ ହାତୀ ପଲ କଚାଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି।

ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଜଣକୁ ଚାକିରି ଦାବିରେ ଉତ୍ତ୍ୟକ୍ତ ଲୋକେ ବନ ବିଭାଗରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ବନବିଭାଗ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଉତ୍ତ୍ୟକ୍ତ ଲୋକମାନେ ନିଜ ଜିଦରେ ଅଟଳ ରହିଥିଲେ। ତେବେ ବନ ବିଭାଗ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସୂଚନାରୁ ପ୍ରକାଶ, ପାଲଲହଡା ରେଞ୍ଜ ଅଧୀନସ୍ଥ ବତିସୁଆଁ ଓ ଡିମିରିଆ ପଞ୍ଚାୟତରେ ୧୭ଟି ହାତୀଙ୍କ ଉପଦ୍ରବ ଲାଗି ରହିଛି। ଏନେଇ ଗାଁ ଲୋକେ ବାରମ୍ୱାର ବନ ବିଭାଗ ପାଖରେ ଅଭିଯୋଗ କରିଛନ୍ତି। ହେଲେ ବନ ବିଭାଗ ଗାଁ ଲୋକଙ୍କୁ କଥା ଶୁଣୁନଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *