ରାଜ୍ୟ ସରକାରଙ୍କ ଅନ୍ଲକ୍-୬ ଗାଇଡଲାଇନ୍ ଜାରି : ନଭେମ୍ବର ୧୬ ତାରିଖରୁ ଖୋଲିବ ସ୍କୁଲ
ଭୁବନେଶ୍ବ:- ରାଜ୍ୟରେ ନଭେମ୍ବର ୧୬ ତାରିଖରୁ ଖୋଲିବ ସ୍କୁଲ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଆସିବେ ସ୍କୁଲ। ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ।ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ସ୍କୁଲ ବନ୍ଦ ରହିଛି ।
ପୂର୍ବରୁ ଦୁର୍ଗାପୂଜା ପରେ ସ୍କୁଲ ଖୋଲିବ ବୋଲି କୁହାଯାଉଥିଲା । ହେଲେ କରୋନା ସଂକ୍ରମଣ କମ୍ ହୋଇନଥିବାରୁ ସ୍କୁଲ ଖୋଲିନଥିଲା । ଏପଟେ ରାଜ୍ୟରେ କରୋନା ସଂକ୍ରମଣ ଏ ପର୍ଯ୍ୟନ୍ତ ନିୟନ୍ତ୍ରଣାଧୀନ ହୋଇ ନ ଥିବାରୁ ସ୍କୁଲ ନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ତେବେ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢ଼ା ଯାଉଛି । କିନ୍ତୁ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ନଥିବାରୁ ଏଥିରୁ ସମସ୍ତେ ଉପକୃତ ହୋଇପାରୁନାହାଁନ୍ତି । ତେଣୁ ରାଜ୍ୟରେ ନଭେମ୍ବର ୧୬ ତାରିଖରୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।