ଘର ଭିତରେ ପଶିଗଲା ହାଇୱା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ପରିବାରର ୭ ଜଣ

କରଞ୍ଜିଆ;-ମୟୂରଭଞ୍ଜ ଜିଲ୍ଲା ଯଶୀପୁରରେ ଜାତୀୟ ରାଜପଥ କଡ଼ରେ ଥିବା ଘର ଭିତରେ ପଶିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ୭ ଜଣ। ଏହି ଦୁର୍ଘଟଣା ଘଟିଛି ଯଶୀପୁର ଥାନା ୨୨୦ ନମ୍ବର ଜାତୀୟ ରାଜପଥ ମାହାର୍ଦ୍ଦାପଳସା ଛକ ନିକଟରେ । ଯଶୀପୁର ଥାନା ୨୨୦ ନମ୍ବର ଜାତୀୟ ରାଜପଥ ମାହାର୍ଦ୍ଦାପଳସା ଛକ ନିକଟରେ  ଥିବା ଗଦାଧର ମହାନ୍ତିଙ୍କ ଘରେ ଘର ଭିତରକୁ ପଶିଗଲା ୧୨ ଚକିଆ  ହାଏୱା ଟ୍ରକ।  ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ୭ ଜଣ ସଦସ୍ୟ।  ଗତକାଲି ବିଳମ୍ବିତ ରାତିରେ ଟ୍ରକଟି  ଟାଟାରୁ କେନ୍ଦୁଝର ଜିଲ୍ଲା ଶୁଆକାଟିକୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଘଟଣା ସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ଗାଡି ଜବତ କରିଛି।

Leave a Reply

Your email address will not be published. Required fields are marked *