ଜୋରଦାର ବିସ୍ଫୋରଣରେ ପୂର୍ବତନ କଂଗ୍ରେସ୍ ନଗର ଅଧ୍ୟକ୍ଷ ସମେତ ୨ଜଣଙ୍କ ମୃତ୍ୟୁ

ମିରଠ :-ଉତ୍ତରପ୍ରଦେଶର ମିରଠରେ ବଡ଼ ଦୁର୍ଘଟଣା ହୋଇଛି। ସରଧନାର ପୀର ଜାଦଗାନ ସାହିରେ ଆଜି ସକାଳେ ଏକ ଜୋରଦାର ବିସ୍ଫୋରଣରେ ଅନେକ ଘରର ଛାତ ଉଡ଼ି ଯାଇଛି। ଏଠାରେ ହଇଚଇ ସୃଷ୍ଟି ହୋଇଥିଲା। କୁହାଯାଉଛି ଯେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଯେଉଁ ଘରେ ବିସ୍ଫୋରଣ ହୋଇଛି ସେଠାରେ ବାଣ ରଖାଯାଇଥିଲା।

ବିସ୍ଫୋରଣ ଜୋରଦାର ଥିଲା। ସୂଚନା ପାଇ ପୋଲିସ୍ ପହଞ୍ଚି ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି। ପୋଲିସ୍ ସାହିକୁ ସିଲ୍ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। କୁହାଯାଉଛି ଯେ ଏହି ବିସ୍ଫୋରଣ କଂଗ୍ରେସର ପୂର୍ବତନ ନଗର ଅଧ୍ୟକ୍ଷ ଆସିମଙ୍କ ଘରେ ପାଖାପାଖି ସକାଳ ସାଢ଼େ ୯ଟାରେ ଘଟିଛି। ଏହି ବିସ୍ଫୋରଣରେ ଆଖପାଖର ଘରଗୁଡ଼ିକର ଛାତ ଉଡ଼ି ଯାଇଛି।

ବିସ୍ଫୋରଣରେ ଆସୀମଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। କାସିମ୍ ହସ୍ପିଟାଲରେ ଯିବା ସମୟରେ ବାଟରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପଡ଼ୋଶୀମାନେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଘରେ ବାଣ ରହିଥିବା ଯୋଗୁଁ ଅତ୍ୟଧିକ ମାତ୍ରାରେ ବାରୁଦ ଥିଲା।

କୁହାଯାଉଛି ଯେ ବାରୁଦ ସହ ଗ୍ୟାସ୍ ସିଲିଣ୍ଡରରେ ମଧ୍ୟ ନିଆଁ ଲାଗିଥିଳା ଯାହା ଫଳରେ ଅନେକ ଘରର କାନ୍ଥଗୁଡ଼ିକରେ ଫାଟ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *