ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି,

ନୂଆଦିଲ୍ଲୀ :-ତୁର୍କୀରେ ବଡ଼ ଧରଣର ଭୂମିକମ୍ପ । ଭୂମଧ୍ୟସାଗର ଅଞ୍ଚଳରେ ଥିବା ଏଜିଆନ୍ ସାଗର ମଧ୍ୟରେ ଏହାର କେନ୍ଦ୍ରସ୍ଥଳୀ ଥିବା ବେଳେ ଏହାର ବ୍ୟାପକ ପ୍ରଭାବ ତୁର୍କୀ ଓ ଗ୍ରୀସରେ ଅନୁଭୂତ ହୋଇଛି । ବିଶେଷ କରି ତୁର୍କୀର ଉପକୂଳବର୍ତ୍ତୀ ଇଜମିର ପ୍ରଦେଶ ଉପରେ ପଡ଼ିଛି ଏହାର ବଡ଼ ପ୍ରଭାବ । ରିକ୍ଟର ସ୍କେଲ୍ ରେ ଭୂମିକମ୍ପ ତୀବ୍ରତା ୭ ବୋଲି ଜଣାପଡ଼ିଛି ।ତେବେ ଏହି ଭୂମିକମ୍ପରେ ଗ୍ରୀସ୍ ରେ ସୁନାମି ଆସିଥିବା ବେଳେ, ତୁର୍କୀରେ ଅନେକ ଅଟ୍ଟାଳିକ ମାଟିରେ ମିଶି ଯାଇଛି । ଇଜମିର ସହର ଭିତରକୁ ପାଣି ପଶି ଆସିଛି । ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଗ୍ରୀକ୍ ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ, ଭୂମିକମ୍ପ ପ୍ରଭାବରେ ଗ୍ରୀସ୍ ର ସାମୋସ୍ ସହର ଏବଂ ତୁର୍କୀର ଇଜମିର ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ୨ ସହରରେ ଥିବା ବହୁତଳ କୋଠା ଭୁଶୁଡ଼ିପଡିବା ସହ ରାସ୍ତାଘାଟରେ ଫାଟ ସୃଷ୍ଟି ହୋଇଛି ।ଏଜିଆନ୍ କୋଷ୍ଟରେ ଅନୁଭୂତ ଭୂମିକମ୍ପ ୧୬.୫ କିଲୋମଟର ପର୍ଯ୍ୟନ୍ତ ପ୍ରଭାବିତ ହୋଇଥିଲା ବୋଲି ତୁର୍କୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତୁର୍କୀର ଇଜମିର ରିସୋର୍ଟ ସିଟିକୁ ସମୁଦ୍ର ପାଣି ମାଡ଼ି ଆସିଥିଲା ଓ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ୟୁ.ଏସ୍. ଜିଓଲୋଜିକାଲ୍ ସର୍ଭେ ଅନୁଯାୟୀ ଭୂମିକମ୍ପର ତୀବ୍ରତା ୭ ରହିଥିବା ବେଳେ ,ଏହାର ପ୍ରଭାବ ୧୪ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ତୁର୍କୀ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଭୂମିକମ୍ପର ତୀବ୍ରତା ୬.୬ ରହିଛି । ତେବେ ଗ୍ରୀସ୍ ସିସମୋଲୋଜିକାଲ୍ ଏଜେନ୍ସି ଏହାର ତ୍ରୀବ୍ରତା ୬.୭ ବୋଲି ଦର୍ଶାଇଛି । ତୁର୍କୀ ଓ ଗ୍ରୀସ୍ ଉଭୟ ଭୂମିକମ୍ପ ପ୍ରବଣ ଜୋନ୍ ରେ ଅବସ୍ଥିତ ।

Leave a Reply

Your email address will not be published. Required fields are marked *