ଶିବହର ଜିଲ୍ଲାରେ ଜଣେ ବିଧାୟକ ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା

ପାଟଣା;-ବିହାର ନିର୍ବାଚନକୁ ନେଇ ଦେଶରେ ଚର୍ଚ୍ଚା ଚାଲିଛି। ବିଭିନ୍ନ ରାଜନୈତିକ ଦଳ ମୈଦାନରେ ପ୍ରଚାର ଆରମ୍ଭ କରିଥିବା ବେଳେ ହିଂସା ମଧ୍ୟ ବୃଦ୍ଧି ପାଇଛି। ଶିବହର ଜିଲ୍ଲାର ଜଣେ ବିଧାୟକ ପ୍ରାର୍ଥୀଙ୍କୁ ଅପରାଧୀ ଗୁଳିମାଡ଼ କରିଥିବା ଜଣାପଡ଼ିଛି। ଜନତା ଦଳ ରାଷ୍ଟ୍ରବାଦି ପାର୍ଟିର ପ୍ରାର୍ଥୀ ଶ୍ରୀନାରାୟଣ ସିଂହଙ୍କୁ ଗୁଳିମାଡ଼ ହୋଇଥିବା ବେଳେ ଗୁରୁତର ଅବସ୍ଥା​‌ରେ ତାଙ୍କୁ ଶିବହର ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କର ଅବସ୍ଥା ଆହୁରି ବିଗିଡ଼ିବାରୁ ଡାକ୍ତର ଅନ୍ୟ ଡାକ୍ତରଖାନାକୁ ରେଫର କରିଦେଇଥିଲେ। କିନ୍ତୁ ରାସ୍ତାରେ ହିଁ ମୃତ୍ୟୁବରଣ କରିଛନ୍ତି ଶ୍ରୀନାରାୟଣ।

ମିଳିଥିବା ସୂଚନା ଅନୁସା​‌ରେ ପୁରନାୟିଆ ଥାନା ଅନ୍ତର୍ଗତ ହଥସାର ଗାଁ ନିକଟରେ ଶ୍ରୀନାରାୟଣଙ୍କୁ ଗୁଳିମାଡ଼ ହୋଇଛି। ଶ୍ରୀନାରାୟଣଙ୍କ ଛାତିରେ ଗୁଳି ବାଜିଥିବା ନେଇ ଏସଡିପିଓ ସୂଚନା ଦେଇଥିଲେ।

ଗୁରୁତର ଅବସ୍ଥାରେ ଶ୍ରୀନାରାୟଣଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ଶ୍ରୀନାରାୟଙ୍କ ନାଁରେ ଦୁଇ ଡଜନ୍‌ରୁ ଅଧିକ ଅପରାଧିକ ମାମଲା ଥିଲା ବୋଲି ପୋଲିସ୍‌ ସୂତ୍ରରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *