୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

ଜୟପୁର:–କୋରାପୁଟ ଜିଲ୍ଲାର ଜୟପୁର ପୋଲିସ ଏକ ବଡ ଧରଣର ଗଞ୍ଜେଇ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି ।

ବେଆଇନ ଭାବେ ଗଞ୍ଜେଇ ଚାଲାଣ ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଏହାପରେ ପୋଲିସ ଟିମ୍ ଚଢାଉ କରି ପ୍ରାୟ ୩୧୦ କେଜି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବା ବୋଲି ଜଣାପଡିଛି ।ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ ମଧ୍ୟ କରିଛି । ସେମାନଙ୍କଠାରୁ ନଗଦ ୧.୫ ଲକ୍ଷ ଟଙ୍କା ସହ ଗୋଟିଏ କାର୍, ୨ଟି ବାଇକ୍, ୫ଟି ମୋବାଇଲ ଫୋନ୍ ଜବତ ହୋଇଛି ।

Leave a Reply

Your email address will not be published. Required fields are marked *