ଆସନ୍ତା ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ନୂଆ ରୂପ ନେବ ସ୍ୱର୍ଗଦ୍ୱାର

ପୁରୀ:-୫ଟି ସଚିବ ଭିକେ ପାଣ୍ଡିଆନ ଶନିବାର ପୁରୀ ଗସ୍ତ କରିବା ସହ ସ୍ୱର୍ଗଦ୍ୱାରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ୱର୍ଗଦ୍ୱାରର ଉନ୍ନୟନମୂଳକ କାର୍ଯ୍ୟ ସହ ଗାଇ ଓ ଗୋରୁଙ୍କ ପାଇଁ ନିର୍ମିତ ହେଉଥିବା ଗୋଶାଳାକୁ ମଧ୍ୟ ବୁଲି ଦେଖିଛନ୍ତି । ଏହାସହ ଭିକାରୀଙ୍କ ପାଇଁ ନିର୍ମିତ ହୋଇଥିବା ଥଇଥାନ କେନ୍ଦ୍ରର ମଧ୍ୟ ସମୀକ୍ଷା କରିଛନ୍ତି ।ଜଗନ୍ନାଥ ଧାମ ପୁରୀ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏହାସହ ଦେଶର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ବାତ୍ୟା ଫନି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ଐତିହ୍ୟ ନଗରୀ ଭାବେ ବିକଶିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯେପରି ପୁରୀ ପର୍ଯ୍ୟଟନର ମାନଚ୍ଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକୃତ କରିବ । ଏହି ଆଧାରରେ ପୁରୀରେ ଅନେକ ବିକାଶମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।ଏସବୁ କାମ ଆସନ୍ତା ମାର୍ଚ୍ଚରେ ଶେଷ ହେବ ବୋଲି ଯୋଜନା ରହିଛି ।

୭୦୦ ଗୋରୁ ଗଲେ ଗୋଶାଳା

ସେହିପରି ବଡଦାଣ୍ଡକୁ ଗାଈ ଗୋରୁଙ୍କଠାରୁ ମୁକ୍ତ ରଖିବା ପାଇଁ ଗୋଶାଳା ନିର୍ମିତ ହୋଇଛି । ଏବେସୁଦ୍ଧା ୭୦୦ ଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି । ଆହୁରି ୩୦୦ ଗୋରୁଙ୍କୁ ଆସନ୍ତା ମାସରେ ସ୍ଥାନାନ୍ତର କରାଯିବ । ଆସନ୍ତା ୫ ବର୍ଷ ଯାଏଁ  କିପରି ଗାଊଗୋରୁଙ୍କୁ ଖାଦ୍ୟ ଯୋଗାଇବା ସହ ଯତ୍ନ ନିଆଯିବ ସେନେଇ ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିରୁ ବ୍ୟବସ୍ଥା ହୋଇଛି ।

୫୦୦ ଭିକାରୀଙ୍କୁ ଥଇଥାନ

ଏତତ୍ ବ୍ୟତୀତ ଭିକାରୀମାନେ କିପରି ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିପାରିବେ, ସେନେଇ ମଧ୍ୟ ବ୍ୟବସ୍ଥା ହୋଇଛି । ପ୍ରାୟ ୫୦୦ ଭିକାରୀଙ୍କୁ ବଡଦାଣ୍ଡରୁ ଉଦ୍ଧାର କରାଯାଇ ଥଇଥାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୫୦ଜଣଙ୍କୁ ସେମାନଙ୍କ ପରିବାର ଲୋକଙ୍କ ନିକଟକୁ ପଠାଯାଇଛି । ଆଗକୁ ଭୁବନେଶ୍ୱର ଓ କଟକରୁ ମଧ୍ୟ ବୁଲା ଗାଈଗୋରୁଙ୍କୁ ଗୋଶାଳାକୁ ଅଣାଯିବ । ଏହାସହ ଭୁବନେଶ୍ୱର ଓ କଟକରେ ଭିକାରୀଙ୍କୁ ଥଇଥାନ କରାଯିବ । ଏହି ଗସ୍ୟରେ ୫ଟି ସଚିବ ଭିକେ ପାଣ୍ଡିଆନ ବାଙ୍କୀ ମୁହାଣ ସହ ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ଓ ନୀଳାଦ୍ରି ବିଚ୍ ବୁଲି ଦେଖିଛନ୍ତି । 

Leave a Reply

Your email address will not be published. Required fields are marked *