ଚରିତ୍ର ଉପରେ ସନ୍ଦେହ କରି ପତ୍ନୀକୁ ପିଟି ପିଟି ହତ୍ୟା କଲା ସ୍ଵାମୀ

ଢେଙ୍କାନାଳ:-  ପତ୍ନୀର ଚରିତ୍ରକୁ ସନ୍ଦେହ କରି ବିଭତ୍ସ ଭାବେ ହତ୍ୟା କରି ଫେରାର ହୋଇଯାଇଛି ସ୍ୱାମୀ । ଏକ ବାଉଁଶ ଠେଙ୍ଗାରେ ପିଟିବାରୁ ଘର ବାରଣ୍ଡାରେ ପତ୍ନୀର ମୃତ୍ୟୁ ଘଟିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳରାମପୁର ରାଗଡା ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ହେଲେ ଶିବାନୀ ପ୍ରଧାନ ।

ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ତଦନ୍ତ କରୁଛି । ରକ୍ତ ଜୁଡୁବୁଡୁ  ଶିବାନୀ ଙ୍କ ମୃତ ଦେହକୁ ପୁଲିସ ଘର ଡାଇନିଂ ଘରୁ ଜବତ କରିଛି । ତେବେ ହତ୍ୟା ଅଭିଯୁକ୍ତ ସ୍ୱାମୀ ଦିଲୀପ ପ୍ରଧାନ ଫେରାର ହୋଇଯାଇଛି । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତର ସନ୍ଧାନରେ ରହିଛି।

Leave a Reply

Your email address will not be published. Required fields are marked *