ଭୁବନେଶ୍ଵରରୁ ଚିହ୍ନଟ ହେଲେ ୧୮୯ ଆକ୍ରାନ୍ତ,

ଭୁବନେଶ୍ଵର:-ରାଜଧାନୀ ଭୁବନେଶ୍ଵରରେ ମଧ୍ୟ  ହ୍ରାସ ପାଇ ଚାଲିଛି କରୋନା ସଂକ୍ରମଣ। ବିଶେଷ କରି ଅକ୍ଟୋବର ପହିଲାରୁ ଆକ୍ରାନ୍ତଙ୍କ ସଂଖ୍ୟା କମ ହୋଇଛି। ସଂକ୍ରମିତଙ୍କ ତୂଳନାରେ ସୁସ୍ଥ ଅଧିକ ହେଉଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ୧୮୯ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୨୬୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ କରି ଶୁକ୍ରବାର ଏହାର ସୂଚନା ଦେଇଛି।

ବିଏମସି ଅନୁଯାୟୀ, ଗତ ୨୪ ଘଣ୍ଟାରେ ଭୁବନେଶ୍ଵରୁ ୨୬୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ସଙ୍ଗରୋଧ କେନ୍ଦ୍ରରୁ ୪୭  ହୋଇଥିବା ବେଳେ ୧୪୨ ହେଉଛି ସ୍ଥାନୀୟ ସଂକ୍ରମଣ। ଆଜିର ଆକ୍ରାନ୍ତ ସଂଖ୍ୟା ମିଶାଇଲେ ରାଜଧାନୀରେ ମୋଟ୍ କୋଭିଡ୍-୧୯ ପଜିଟିଭ୍‌ ସଂଖ୍ୟା ୨୮,୨୯୯ରେ ପହଞ୍ଚିଛି। ୨୬୭ ସୁସ୍ଥ ସହିତ ମୋଟ୍ ଆରୋଗ୍ୟସଂଖ୍ୟା ୨୫,୬୧୯କୁ ବୃଦ୍ଧି ଘଟିଛି। ସେହି ପରି କରୋନାଜନିତ ମୃତ୍ୟୁସଂଖ୍ୟା ଅଦ୍ୟାବଧି ୧୪୮ରେ ପହଞ୍ଚିଛି। ମୋଟ୍ ସକ୍ରିୟ କେସ୍ ସଂଖ୍ୟା ୨୫୧୧ ରହିଛି।]

ସୂଚନାଯୋଗ୍ୟ, ଅକ୍ଟୋବର ମାସ ପୂର୍ବରୁ ହୁ ହୁ ହୋଇ କରୋନା ବଢିବାରେ ଲାଗିଥିଲା। ରାଜଧାନୀ ଭୁବନେଶ୍ଵରରୁ ପ୍ରତି ଦିନ ୪୦୦ରୁ ଉର୍ଦ୍ଧ୍ଵ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ସ୍ଥାନୀୟ ସଂକ୍ରମଣ କେସ୍‌ ସଂଖ୍ୟା ବଢିବାରେ ଲାଗିଥିଲା। ଯାହା ବିଏମସି ପାଇଁ ଚିନ୍ତାର କାରଣ ପାଲଟିଥିଲା।

Leave a Reply

Your email address will not be published. Required fields are marked *