ରାଜ୍ୟରେ ହୁ ହୁ ହୋଇ ବଢୁଛି ପିଆଜ ଦର, କିଲୋ ଛୁଇଁଲାଣି ୯୦ ଟଙ୍କା

ଭୁବନେଶ୍ଵର:-ରାଜ୍ୟରେ ହୁହୁ ହୋଇ ବଢ଼ୁଛି ପିଆଜ ଦର । ଅକ୍ଟୋବର ପହିଲା ବେଳକୁ ଯେଉଁ ପିଆଜ ୪୦ ଟଙ୍କାରେ ମିଳୁଥିଲା, ଏବେ ତାହା ତିନି ଅଙ୍କ ଛୁଇଁବା ଉପରେ । ନାସିକରେ ଉତ୍ପାଦନ ଠପ୍‌ ଓ ବେଙ୍ଗାଲୁରୁରେ ବର୍ଷା ଯୋଗୁଁ ଓଡ଼ିଶାରେ ପହଞ୍ଚୁନି ପିଆଜ । ଫଳରେ ଏବେ ପିଆଜ ଶବ୍ଦ ଭୁଲିବାକୁ ବସିଲେଣି ଖାଉଟି । ସେପଟେ କଳାବଜାରୀ ରୋକିବାକୁ ଶୀଘ୍ର ଆକ୍ସନ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି କରିଛି ଯୋଗାଣ ବିଭାଗ ।

ପିଆଜ ପାଇଁ ସାଧାରଣତଃ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭର କରିବାରୁ ପ୍ରତିବର୍ଷ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ନାସିକରେ ନୂଆ ପିଆଜ ଉତ୍ପାଦନ ହୋଇନଥିବା ବେଳେ ବେଙ୍ଗାଳୁରୁରେ ବର୍ଷା ଜାରି ରହିଛି । ଫଳରେ ଓଡ଼ିଶାକୁ ପିଆଜ ଆମଦାନୀ ବହୁତ କମ୍‌ ରହିଛି ବୋଲି ବ୍ୟବସାୟୀ କହିଛନ୍ତି।। ମାସ ଆରମ୍ଭରେ ୪୦ ଟଙ୍କା ଏବଂ ସପ୍ତାହ ଆଗରୁ ୫୦ ଟଙ୍କ ଥିବା ପିଆଜ ଦର ଏବେ ୮୦ରୁ ୯୦ ଟଙ୍କାରେ ପହଞ୍ଚିଛି। ଯାଜପୁରରୁ ବ୍ରହ୍ମପୁର, ପୁରୀରୁ ରାଉରକେଲା((USE 4 WIN)) । ସବୁଠି ଏବେ ସେଞ୍ଚୁରୀମୁହାଁ ପିଆଜ ।

ସେପଟେ ପିଆଜ ଛୁଙ୍କ ଦେଇ ପଲିଟିକାଲ ମାଇଲେଜ୍‌ ନେବା ପାଇଁ ଆରମ୍ଭ ହୋଇଗଲାଣି କମ୍ପିଟିସନ । ଦରବୃଦ୍ଧି ନେଇ ଆରମ୍ଭ ହୋଇଛି ବ୍ଲେମ୍‌ଗେମ୍‌ । ରାଜ୍ୟ ସରକାର କେନ୍ଦ୍ର ଦେଉଥିବା ପ୍ରାଇସ୍‌ ଷ୍ଟାବିଲାଇଜେସନ୍‌ ଫଣ୍ଡର ବ୍ୟବହାର କରୁନାହାନ୍ତି । ସେହପରି ଶୀତଳଭଣ୍ଡାର ନଥିବାରୁ ରାଜ୍ୟରେ ପିଆଜ ସଂରକ୍ଷଣ ହୋଇପାରୁନାହିଁ । ଯେଉଁଥିପାଇଁ ଏଭଳି ସମସ୍ୟା ହେଉଥିବା କହିଛି ବିଜେପି । କଂଗ୍ରେସ ମଧ୍ୟ ପିଆଜ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ଧୁମ୍‌ ବର୍ଷିଥିବା ବେଳେ ଏହାର ଜବାବ ରଖିଛି ବିଜେଡି ।ଏସବୁ ଭିତରେ ପିଆଜର କଳାବଜାରୀ ଉପରେ ରୋକ୍‌ ପାଇଁ ଗତକାଲି ସବୁ ଜିଲ୍ଲପାଳଙ୍କୁ ଚିଠି ଲେଖିଥିଲା ଯୋଗାଣ ବିଭାଗ । ସେହିପରି କେନ୍ଦ୍ର ସରକାର ମଧ୍ୟ ପିଆଜର ଆମଦାନୀ ଶୁଳ୍କ ଉପରେ ଉପରେ ରିହାତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *