ଆଜବେଷ୍ଟ୍ ଭାଙ୍ଗି ହୋଟେଲରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍:

ବାରଙ୍ଗ:- ଆଜବେଷ୍ଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍। ବାରଙ୍ଗ ଥାନାର ମାତ୍ର ୧୦୦ ମିଟର ଦୂରରେ ଥିବା ହୋଟେଲରୁ ଚୋରି ହୋଇଛି। ଲଗାଣ ବର୍ଷ। ପାଇଁ ବାରଙ୍ଗ ଥାନା ନିକଟରେ ଥିବା ହୋଟେଲ ବଞ୍ଜାରନ କିଛିଦିନ ହେବ ବନ୍ଦ ଥିଲା । ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ହୋଟେଲକୁ ଲାଗିଥିବା ଏକ ଆଜବେଷ୍ଟ ଘର ଭାଙ୍ଗି, ହୋଟେଲ ଭିତରକୁ ପ୍ରବେଶ କରିଥିଲେ। ହୋଟେଲ ଭିତରେ ପଶି ୧୮ଟି ଫ୍ୟାନ୍‌ ଗ୍ରାଇଣ୍ଡର, ଫ୍ରିଜ ଏବଂ ଅନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ଦୃର୍ବୃତ୍ତମାନେ। ସୋମବାର ସନ୍ଧ୍ୟାରେ ସନ୍ଧାନୀ କୁକୁର ପହଁଞ୍ଚି ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରିଛି।

Leave a Reply

Your email address will not be published. Required fields are marked *