ମାଓଦମନ ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ପୁଲିସ ଡିଜିଙ୍କ ମଧ୍ୟରେ ଆଲୋଚନା
ଭୁବନେଶ୍ୱର – ମାଓ ଦମନରେ ସହଯୋଗ ଓ ରଣକୌଶଳ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ପୁଲିସ ଆଲୋଚନା ହୋଇଛି । ଉଭୟ ରାଜ୍ୟର ସୀମାରେ ମିଳିତ ଅପରେସନ ପାଇଁ କଥାବାର୍ତ୍ତା କରାଯାଇଛି ।ଆଲୋଚନାରେ ବିଏସ୍ଏଫ୍, ସିଆର୍ପିଏଫ୍ , ଗୃହ ବିଭାଗ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ ।
ଉଭୟ ରାଜ୍ୟ ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ପାଇଁ ବି ନିଷ୍ପତ୍ତି ନିଯାଇଛି । ସୂଚନା ଯୋଗ୍ୟ ଆନ୍ଧ ଏବଂ ଓଡିଶାରେ ଥିବା ସୀମାନ୍ତବର୍ତ୍ତୀ ଅଞ୍ଚଳମାନଙ୍କରେ ମାଓ ଗତିବିଧି ଅନେକ ବର୍ଷ ଧରି ଜାରି ରହିଛି । ଜଙ୍ଗଲ ପାହାଡ ଘେରା ଦୂର୍ଗମ ଅଞ୍ଚଳ ମାଓବାଦୀ ଗତିବିଧିପାଇଁ ବେଶ୍ ସୁହାଉଛି । ମାଓବାଦୀମାନେ କୌଣସି ରାଜ୍ୟରେ ଅଘଟଣ ଘଟାଇଲେ ଅନ୍ୟ ରାଜ୍ୟକୁ ପଳାୟନ କରିଥାଆନ୍ତି ।
ଏଥିପାଇଁ ସୀମାନ୍ତବର୍ତ୍ତୀ ଅଞ୍ଚଳମାନଙ୍କରେ ପୁଲିସ ସହଯୋଗ ଏବଂ ଗୁଇନ୍ଦା ତଥ୍ୟର ଆଦାନପ୍ରଦାନ ପାଇଁ ଏହି ଆଲୋଚନା କରାଯାଇଥିଲା ।










