ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ; ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ପାଇଁ ଋଣୀ
ଭୁବନେଶ୍ବର:- ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୭୫ ବର୍ଷରେ ପଦାର୍ପଣ କରିବେ ନବୀନ ପଟ୍ଟନାୟକ। କିନ୍ତୁ ଚଳିତବର୍ଷ ଜନ୍ମଦିନ ପାଳିବେନି ନବୀନ ପଟ୍ଟନାୟକ। କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।
କରୋନା ଯୋଗୁଁ ସାରା ବିଶ୍ବ ସମସ୍ୟା ଦେଇ ଗତି କରୁଛି। ଏଭଳି ଜଟିଳ ସମୟରେ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ। ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ ବୋଲି କହିଛନ୍ତି। କାଲି ନବୀନ ନିବାସ ନଆସି ଗରିବ ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ନବୀନ ପଟ୍ଟନାୟକ। ରକ୍ତ ଦାନ ଓ ପ୍ଲାଜମା ଦାନ ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।