ନଦୀକୁ ଡେଇଁ ଦୁଇ ଯୁବତୀ ନିଖୋଜ ! ବ୍ରିଜ୍ ଉପରୁ ମିଳିଲା ସ୍କୁଟି ଓ ଚପଲ

ବଲାଙ୍ଗୀର:-ବଲାଙ୍ଗୀର ତୁଷରା ତେଲ ନଦୀ ଉପରୁ ମିଳିଲା ସ୍କୁଟି ଓ ଚପଲ । ଦୁଇ ଯୁବତୀ ନଦୀକୁ ଡେଇଁ ନିଖୋଜ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ତୁଷୁରା ତେଲ ନଦୀ ବ୍ରିଜ୍ ଉପରୁ ତଳକୁ ଡେଇଁ ଦୁଇ ଜଣ ଯୁବତୀ ନିଖୋଜ ହୋଇଥିବା ସନ୍ଦେହ କରାଯାଉଛି । ବ୍ରିଜ୍ ଉପରେ ଦୁଇ ହଳ ଚପଲ ପଡିଥିବା ବେଳେ ଗୋଟିଏ ସ୍କୁଟି ସେଠାରେ ରଖାଯାଇଛି । ଖବର ପାଇ ଘଟଣା ସ୍ଥଳରେ ତୁଷୁରା ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି କରୁଛନ୍ତି ।

ତେବେ ବ୍ରିଜ୍ ଉପରୁ ମିଳିଥିବା ନମ୍ବରରୁ ଏହା କଳାହାଣ୍ଡି ଜିଲ୍ଲା ରାମତାର ଅଗ୍ରଓ୍ବାଲଙ୍କର ବୋଲି ଜଣାପଡିଛି । ଯୁବତୀ ଦୁଇ ଜଣ ତୁଷୁରା ଥାନା ଗୁଡଭେଳା ଅଞ୍ଚଳର ବୋଲି ସୂଚନା ମିଳୁଛି । ସେମାନେ ହେଲେ ଟିକେ ରାମ ଅଗ୍ରୱାଲଙ୍କ ଦୁଇ ଝିଅ
ଅନମୋଲ ଅଗ୍ର ୱାଲ୍ ଓ ଆଞ୍ଚଲ୍ ଅଗ୍ରୱାଲ ।

ହେଲେ ସେମାନେ କାହିଁକି ନଦୀକୁ ଡେଇଁଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ । ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।ପୂର୍ବରୁ ମଧ୍ୟ ଏହିପରି ଅନେକ ଘଟଣାମାନ ଦେଖିବାକୁ ମିଳିଛି । ଜଗତସିଂହପୁରରେ ମହାନଦୀକୁ ଡେଇଁ ଯୁବକ ନିଖୋଜ ହୋଇଥିବା ବେଳେ କିଛି ଦିନ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କଟକରେ ସେଲ୍ଫି ନେବା ବେଳେ ମା’-ଝିଅ ନଦୀ ପାଣିରେ ବୁଡିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *