ଦେଶୀ ମଦ ଜବତ କରିବାକୁ ଯାଇ ପୋଲିସ ହଟହଟା, ବିଚ୍ ବଜାରରେ ପୋଲିସକୁ ପିଟିଲେ ମଦ ବେପାରୀ

ମୟୁରଭଞ୍ଜ:-ବିଚ୍ ବଜାରରେ ପୋଲିସକୁ ପିଟିଲେ ମଦ ବେପାରୀ । ଘଟଣା ଘଟିଛି ମୟୁରଭଞ୍ଜ ବିଶୋଇ ସାପ୍ତାହିକ ହାଟରେ । ୨ ଜଣ ମହିଳା ଘରେ ମହୁଲି ମଦ ରାନ୍ଧି ବେଆଇନ ଭାବେ ସାପ୍ତାହିକ ହାଟରେ ବିକ୍ରି କରୁଥିଲେ ।

ବିଶୋଇ ଥାନାର ମହିଳା ହାବିଳଦାର ମଞ୍ଜୁଲତା ସାହୁ ସେମାନଙ୍କୁ ବେପାର ବନ୍ଦ କରିବାକୁ ଚେତାବନୀ ଦେଇଥିଲେ । ମଦ ବେପାରୀ ମହିଳା କିନ୍ତୁ ଶୁଣି ନଥିଲେ । ଦ୍ବିତୀୟ ଥର ଆସି ମଦ ଜବତ କରିବାକୁ ଉଦ୍ୟମ ବେଳେ , ୨ ମହିଳା ମଞ୍ଜୁଲତାଙ୍କୁ ଠେଙ୍ଗାରେ ଆକ୍ରମଣ କରି ଗୁରୁତର କରି ପକାଇଥିଲେ । ଆକ୍ରମଣ ଏତେ ଜୋରଦାର ଥିଲା ଯେ ସାଙ୍ଗରେ ଥିବା ଓଏସ୍.ପି. ଯବାନ ପ୍ରଦୀପ ସିଂ ମଧ୍ୟ ମଞ୍ଜୁଲତାଙ୍କୁ ଆକ୍ରମଣରୁ ରକ୍ଷା କରିପାରି ନଥିଲେ ।

ତେବେ ୨ ମହିଳାଙ୍କ ପ୍ରବଳ ଆକ୍ରମଣ ସତ୍ତ୍ୱେ ମଞ୍ଜୁଲତା ଜଣକୁ ଧରି ଥାନାକୁ ଆଣିବାକୁ ସକ୍ଷମ ହୋଇଥିଲେ । ଏହି ଭିଜୁଆଲ୍ ଭାଇରାଲ୍ ହୋଇଛି । ମଞ୍ଜୁଲତାଙ୍କୁ ବିଶୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତାଙ୍କ ଦେହସାରା ମାଡ଼ ବାଜିବା ସହିତ ବାମ କାନରେ ଗୁରୁତର ଆଘାତ ଲାଗିଛି । ଏ ବାବଦରେ ବିଶୋଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *