ଗ୍ରାସୀମ ଇଣ୍ଡଷ୍ଟ୍ରୀରେ ଷ୍ଟିମ୍ ପାଇପ ବିସ୍ଫୋରଣ ଘଟଣା ; ଜୀବନ ହାରିଲେ ଜଣେ ଇଞ୍ଜିନିୟର,

ଖଲ୍ଲିକୋଟ:-ଗଞ୍ଜାମ ଜିଲ୍ଲାରେ ଗତ କିଛି ତଳେ ଗ୍ରାସୀମ ଇଣ୍ଡଷ୍ଟ୍ରୀରେ ଷ୍ଟିମ୍‌ ପାଇପ ବେଲ୍‌ ଫାଟି ୩ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କ ମଧ୍ୟରେ ଜଣେ ଇଞ୍ଜିନିୟର ଓ ୨ଜଣ ଠିକା ଶ୍ରମିକ ଥିଲେ । ତେବେ ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ  ଇଞ୍ଜିନିୟର ଅଭିଷେକ ପାଲଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର ସ୍ଥିତି ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । ପୂର୍ବରୁ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇସାରିଛି ।

ଖବର ଅନୁଯାୟୀ, ୫ଦିନ ତଳେ ଗ୍ରାସୀମ ଇଣ୍ଡଷ୍ଟ୍ରୀରେ ପାଇପ ବେଲ୍ ଫାଟି ୩ଜଣ ଶ୍ରମିକ ଗୁରୁତର ହୋଇଥିଲେ । ଯାହାକୁ ନେଇ କମ୍ପାନୀରେ ଉତ୍ତେଜାନ ଦେଖାଦେଇଥିଲା । କମ୍ପାନୀ କର୍ମଚାରୀଙ୍କ ପକ୍ଷରୁ କ୍ଷତିପୂରଣ ଦାବିରେ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିଲେ । କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷ,  ଜିଲ୍ଲାପ୍ରଶାସନ, ଶ୍ରମିକଙ୍କ ମଧ୍ୟରେ ବୈଠକ ବସିବା ପରେ କମ୍ପାନୀ ଦାବି ପୁରଣ କରିବା ପାଇଁ ପ୍ରତିଶୃତି ଦେବା ପରେ ଶ୍ରମିକମାନେ ଧାରଣାରୁ ଓହରିଥିଲେ ।

ବୈଠକ ପରେ କମ୍ପାନୀ କତ୍ତୃପକ୍ଷ  ୧୨ଲକ୍ଷ ଟଙ୍କା ପରିବାର ଜଣକୁ ଚାକିରୀ ଦେବା ସହ ଚିକିତ୍ସାର ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଶ୍ରମିକ ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । କିନ୍ତୁ ସେପଟେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଠିକା ଶ୍ରମିକ ମନୋଜ ରାଉଳଙ୍କ ମୃତ୍ୟୁ ହୋଇଥିଲେ । ଏବଂ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି। ଯାହାକି ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *