ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ: ନିଜ କଲେଜ କର୍ମଚାରୀଙ୍କଠୁ ନେଉଥିଲେ ୧୫ ହଜାର ଟଙ୍କା ଲାଞ୍ଚ

ସାନଖେମୁଣ୍ଡି:- ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ। ମିଳିଥିବା ସୂଚନା ଅନୁସାରେ ୧୫ ହଜାର ଟଙ୍କା ନେବା ବେଳେ ୫୪ ବର୍ଷୀୟ ପ୍ରିନ୍ସିପାଲ ଏମ୍‌ ଟୁନା ପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗିରଫ ପ୍ରିନ୍ସିପାଲ ହେଲେ କୁକୁଡାଖଣ୍ଡି ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ବିଦ୍ୟାଳୟର ପ୍ରିନ୍ସିପାଲ।ଗୁରୁବାର ଦିନ ୩ଟା ବେଳେ ନିଜ ସହକର୍ମଚାରୀଙ୍କ ପାଖରୁ ୧୫ ହଜାର ଟଙ୍କା ନେବା ବେଳେ ତାଙ୍କୁ ଭିଜିଲାନ୍ସ ମାଡି ବସିଥିଲେ। ସେହି ବିଦ୍ୟାଳୟରେ ଥିବା ଫିଜିକ୍ସ ଅଧ୍ୟାପକ ବସନ୍ତ କୁମାର ଜେନାଙ୍କ ଜିପିଏଫ୍‌ ଏବଂ ବକେୟା ବିଲ୍ ପାସ୍ କରିବା ପାଇଁ ଶ୍ରୀ ପାତ୍ର ୧୫ ହଜାର ଟଙ୍କା ଦାବି କରିଥିଲେ।ଶ୍ରୀ ବସନ୍ତ ନିଜର କାମ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଶ୍ରୀ ପାତ୍ରଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *