ସୁସ୍ଥ ହେଲେ ଆଉ ୩୩୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର:- ରାଜ୍ୟରେ ମଙ୍ଗଳବାର ଆଉ ୩୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୬୯୫୪ରେ ପହଁଚିଛି ।

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୫୮, କଟକରୁ ୨୬୨, ବାଲେଶ୍ୱରରୁ ୧୫୩, ନୂଆପଡାରୁ ୧୫୧, ଝାରସୁଗୁଡାରୁ ୧୨୮, ମୟୂରଭଞ୍ଜରୁ ୧୨୧, କେନ୍ଦୁଝରରୁ ୧୧୭, ଅନୁଗୋଳରୁ ୧୧୨, ବଲାଙ୍ଗୀରରୁ ୧୦୯, ମାଲକାନଗିରିରୁ ୧୦୩, ସମ୍ବଲପୁରରୁ ୯୮, କେନ୍ଦ୍ରାପଡାରୁ ୮୮ ଜଣ ସୁସ୍ଥ ହୋଇଛନ୍ତି ।ସେହିପରି ପୁରୀରୁ ୮୫, କନ୍ଧମାଳରୁ ୮୩, ନବରଙ୍ଗପୁରରୁ ୮୧, କୋରାପୁଟରୁ ୬୯, ନୟାଗଡରୁ ୬୯, ଢେଙ୍କାନାଳରୁ ୬୮, ଜଗତସିଂହପୁରରୁ ୬୪, ସୁନ୍ଦରଗଡରୁ ୬୩, ଭଦ୍ରକରୁ ୬୨, ଯାଜପୁରରୁ ୫୮, କଳାହାଣ୍ଡିରୁ ୫୩, ସୋନପୁରରୁ ୪୮, ଗଞ୍ଜାମରୁ ୪୭, ବୌଦ୍ଧରୁ ୩୯, ରାୟଗଡାରୁ ୩୪, ଗଜପତିରୁ ୧୬ ଓ ଦେବଗଡରୁ ୧୨ ଜଣ ଆରୋଗ୍ୟଲାଭ କରିଛନ୍ତି ।

Leave a Reply

Your email address will not be published. Required fields are marked *