କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ
ନୂଆଦିଲ୍ଲୀ:- କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୭୪ ବର୍ଷ ବୟସରେ ସେ ନିଶ୍ବାସ ତ୍ୟାଗ କରିଛନ୍ତି। ଏ ସଂପର୍କରେ ତାଙ୍କ ପୁଅ ଚିରାଗ ପାଶ୍ୱାନ ଟ୍ବିଟ୍ କରି ସୂଚନା ଦେଇଛନ୍ତି।ଗତ କିଛି ସପ୍ତାହ ହେବ ଛାତି ଯନ୍ତ୍ରଣା ଜନିତ ସମସ୍ୟା ଯୋଗୁଁ ଦିଲ୍ଳୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଶନିବାର ତାଙ୍କ ହାର୍ଟ ସର୍ଜରୀ ହୋଇଥିଲା। ଉଭୟ ଏନଡିଏ ଏବଂ ୟୁପିଏ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଚଛନ୍ତି। ଏଲଜେପିର ପ୍ରତିଷ୍ଠାତା ଥିଲେ ରାମ ବିଳାସ। ୧୯୯୬-୧୯୯୮ ବର୍ଷ ମଧ୍ୟରେ ସେ ରେଳ ମନ୍ତ୍ରୀ ମଧ୍ୟ ଥିଲେ। ସେ କେନ୍ଦ୍ର ଖାଉଟି ଓ କଲ୍ୟାଣ ମନ୍ତ୍ରୀ ଥିଲେ। ସେ ବିହାରର ହାଜିପୁର ସଂସଦୀୟ କ୍ଷେତ୍ରରେ ସାସଂଦ ଥିଲେ।ବିହାରର ଖଗାରିଆ ଜିଲ୍ଲାରେ ତାଙ୍କର ଜନ୍ମ। ୧୯୪୬ ମସିହାରେ ସେ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ବିହାରର ଡିଏସ୍ପି ଥିଲେ। ଚାକିରି ସରିବା ପରେ ନିର୍ବାଚନରେ ମୈଦାନରେ ପାଦ ଥାପି ଥିଲେ। ସେ ଲୋକସଭାକୁ ୮ ଥର ଏବଂ ରାଜ୍ୟସଭାକୁ ଥରେ ମାତ୍ର ନିର୍ବାଚିତ ହୋଇଥିଲେ।ରାମ ବିଲାଶ ପାଶ୍ୱାନ ଦୀର୍ଘ ୫ ଦଶନ୍ଧି ଧରି ଭାରତୀୟ ରାଜନୀତିରେ ସକ୍ରିୟ ରହିଥିଲେ। ୨୦୧୪ରୁ ସେ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ରହି ଆସିଛନ୍ତି। ୨୦୧୯ରେ ତାଙ୍କୁ କେନ୍ଦ୍ର ଖାଉଟି କଲ୍ୟାଣ ବ୍ୟାପାର ଓ ଖାଦ୍ୟ ମନ୍ତ୍ରୀ ଭାବେ ନିଯୁକ୍ତି ହୋଇଥିଲେ।










