ଭିଡିଓ କଲିଂ ଜରିଆରେ ରାମକୋ ସିମେଣ୍ଟ କାରଖାନାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଖୋଲ:-ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଠାରେ ୭୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାମକୋ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଜି ସନ୍ଧ୍ୟାରେ ଭିଡିଓ କଲିଂ ମାଧ୍ୟମରେ ଉଦ୍‌ଘାଟିତ ହୋଇଯାଇଛି।ଏହି ଅବସରରେ ହରିଦାସପୁରଠାରେ ଆୟୋଜିତ ଉତ୍ସବରେ ଯାଜପୁର ସାଂସଦ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, କମ୍ପାନୀର ୟୁନିଟ ହେଡ ଅଜିତ ପାଲ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ପିଆରଓ ପି କେ ସିଂ , ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ସମେତ ବହୁ ବିଶିଷ୍ଟ ଲୋକମାନେ ଉପସ୍ଥିତ ଥିଲେ।ଏହାଦ୍ବାରା ନିଯୁକ୍ତି ଓ ଉତ୍ପାଦନ କ୍ଷମତା ବଢିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *