ଫେଲ୍ ମାରିଲେ ଚେନ୍ନାଇ ବ୍ୟାଟସମ୍ୟାନ୍, ୭ ରନରେ ଜିତିଲା ହାଇଦ୍ରାବାଦ୍

ଦୁବାଇ:-ଆଇପିଏଲରେ ଶୁକ୍ରବାର ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ହାଇଦ୍ରାବାଦ୍ ବିଜୟଲାଭ କରିଛି । ଚେନ୍ନାଇ ୭ ରନରେ ହାଇଦ୍ରାବାଦଠୁ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୫ ଓ୍ୱିକେଟ୍ ହରାଇ ୧୬୪ ରନ୍ କରିଥିଲା । ଏହାସହ ୧୬୫ ରନର ଟାର୍ଗେଟକୁ ପିଛା କରୁଥିବା ଚେନ୍ନାଇ ୧୫୭ ରନରେ ଅଟକି ଯାଇଥିଲା ।

ଆଜିର ମ୍ୟାଚରେ ଟସ୍ ଜିତିଥିଲା ହାଇଦ୍ରାବାଦ । ଏହାସହ ପ୍ରଥମେ ବ୍ୟାଚିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଓପନିଂରେ ଓହ୍ଲାଇଥିଲେ ଡେଭିଡ୍ ଓ୍ୱାର୍ଣ୍ଣର ଓ ଜନି ବେୟରେଷ୍ଟୋ । ତେବେ ବେୟରୋଷ୍ଟୋ କୌଣସି ରନ୍ ନକରି ପ୍ୟାଭିଲିୟନ ଫେରିଥିଲେ । ପରେ ବ୍ୟାଟିଂ କରିବାକୁ ଆସି ମନିଷ ପାଣ୍ଡେ ମଧ୍ୟ ସଅଳ ଆଉଟ ହୋଇଥିଲେ । ସେ ୨୯ ରନ୍ କରିଥିଲେ । ତେବେ ଶେଷ ଆଡକୁ ପ୍ରିତମ ଗର୍ଗ ୨୬ ବଲରୁ ଦ୍ରୁତ ୫୧ ରନ୍ ଓ ଅଭିଷେକ ଶର୍ମା ୨୪ ବଲରରୁ ଦ୍ରୁତ ୩୧ ରନ୍ ସଂଗ୍ରହ କରିଥିଲେ । ଫଳରେ ସ୍କୋର ୧୬୪ ଯାଏଁ ପହଁଚିଥିଲା । ସେହିପରି ଚେନ୍ନାଇ ପକ୍ଷରୁ ଦୀପକ ଚହର ଓ ସର୍ଦ୍ଦୁଳ ଠାକୁର ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ପିୟୁଷ ଚାଓ୍ୱଲା ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

୧୬୫ ରନର ପିଛା କରୁଥିବା ଚେନ୍ନାଇ ୧୫୭ ରନରେ ଅଟକି ଯାଇଥିଲା । ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ରବିନ୍ଦ୍ର ଜାଡେଜାଙ୍କ ବ୍ୟତୀତ କୌଣସି ବ୍ୟାଟସମ୍ୟାନ୍ ଦଳକୁ ବିଜୟ ଦେଲା ଭଳି ଇନିଂସ ଖେଳିନଥିଲେ ।୫୦ ରନ୍ କରିଥିଲେ । ଫାପ୍ ଡୁପ୍ଲେସିସ୍ ୨୨, ମହେନ୍ଦ୍ର ସିଂ ଧୋନୀ ୪୭ ରନ୍ କରିଥିଲେ ।

ତେବେ ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଦୁଇଟି, ଅବ୍ଦୁଲ ସାମଦ, ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

Leave a Reply

Your email address will not be published. Required fields are marked *