ଗାନ୍ଧୀ ଜୟନ୍ତୀ ଉପଲକ୍ଷେ VAIBHAVର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ,

ନୂଆଦିଲ୍ଲୀ:-ଗାନ୍ଧୀ ଜୟନ୍ତୀ  ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶ୍ଵିକ ଭାରତୀୟ ବୈଜ୍ଞାନିକ (ବୈଭବ) ଶିଖର ସମ୍ମିଳନୀର ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ସେହି ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ଆଜି ନିଜର ପ୍ରସ୍ତାବ ଓ ବିଚାର ଉପସ୍ଥାପନ କରିଛନ୍ତି। ଭାରତ ସରକାର ବିଜ୍ଞାନ, ଅନୁସନ୍ଧାନ ଓ ନବାଚାରକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ଉପାୟ କରିଛି। ସାମାଜିକ-ଆର୍ଥିକ ପରିବର୍ତ୍ତନ ଦିଗରେ ଆମ ପ୍ରୟାସରେ ବିଜ୍ଞାନର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି।

ସେ କହିଛନ୍ତି ୨୦୧୪ରେ ୪ ନୂତନ ଟୀକାକୁ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ଏଥିରେ ସ୍ଵଦେଶୀ ଭାବେ ବିକଶିତ ରୋଟା ଭାଇରସ୍ ଟୀକା ସାମିଲ। ଆମେ ସ୍ଵଦେଶୀ ଭ୍ୟାକସିନ ଉତ୍ପାଦନକୁ ପ୍ରୋତ୍ସାହନ ଦେଇ ଆସିଛୁ। ନିକଟରେ ସ୍ଵଦେଶୀ ନ୍ୟୁମୋକୋଲ ଭ୍ୟାକସିନ ପାଇଁ ବଜାର ପ୍ରାଧୀକରଣ ଦିଆଯାଇଛି। ଏହି ଟୀକାକରଣ କାର୍ଯ୍ୟକ୍ରମ ଆମର ପିଲାଙ୍କ ସ୍ଵାସ୍ଥ୍ୟ ଓ ପୋଷଣରେ ମହତ୍ଵ ଭୂମିକା ନିଭାଇବାରେ ସହାୟକ ହୋଇଥାଏ।

Leave a Reply

Your email address will not be published. Required fields are marked *