ଘରୋଇ ସ୍କୁଲ ଫି ମାମଲାର ଜନଶୁଣାଣ

ଭୁବନେଶ୍ୱର:-ସର୍ବଭାରତୀୟ ଅଭିଭାବକ ସଂଘ (aipa)ଓଡିଶା ରାଜ୍ୟ କମିଟି ତରଫରୁ କୋବିଡ଼ ପଣ୍ଡାମିକ ଜନିତ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ
ପଡିଥିବା ବେଳେ ବେସରକାରୀ ଶିକ୍ଷା ଅନୁଷ୍ଠାନ ମାନେ ଜୋର ଜବରଦସ୍ତ ଫି ଆଦାୟ ପାଇଁ ବାରମ୍ବାର ଦେଉଥିବା ନୋଟିସ ବିରୋଧ ରେ ଓଡିଶା ଉଚ୍ଚ ନ୍ୟାୟାଳୟ ରେ ଦାଖଲ ହୋଇଥିବା ଜନ ସ୍ବର୍ତ୍ତ ମାମଲା ର ଆଜି ଶୁଣାଣି କରି ମାନ୍ୟବର ପ୍ରଧାନ ବିଚାରପତି ମାମଲାକୁ ଗୁରୁତର ସହିତ ନେଇଥିଲେ ।ଅଭିଭାବକ ସଂଘ ତରଫରୁ ଦାୟର ହୋଇଥିବା ଆବେଦନ ରେ ଦର୍ଶାଯାଇଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁ ମାନଙ୍କୁ ସମ୍ବିଧାନର ଧାରା୧୨(କ) ମୁତାବକ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନରୁ ଦୁରେଇଯାଉଛନ୍ତି ଶିକ୍ଷା ଅଧିକାରୀ ଆଇନ ୨୦୦୯ ର ଧାରା ୧୨ ମୁତବକ ସାମାଜିକ ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ୨୫ ଭାଗ ଛାତ୍ରଛାତ୍ରୀ ଙ୍କୁ ଘରୋଇ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ସରକାର କଂ ତରଫରୁ କରାନଯିବା
ଅକ୍ଷମଣିୟ ଅପରାଧ । ପଣ୍ଡାମିକ ରେ ଲକ୍ଷ ଲକ୍ଷ ଅଭିଭାବକ ସେମାନଙ୍କ ର କର୍ମସଂସ୍ଥାନ ହରାଇ ଘରେ ବେକାର ହୋଇ ବସିଛନ୍ତି ।ଠିକ ସେତିକି ବେଳେ ଘରୋଇ ବିଦ୍ୟାଳୟ ଗୁଡିକରେ ଅନ ଲାଇନ ଶିକ୍ଷା ପ୍ରଦାନ ନାମରେ ଜୋର ଜବରଦସ୍ତ ଫି
ଆଦାୟ କରିବା ଯୋଗୁ ପିଲା ମାନଙ୍କ ପାଠ ରେ ଡୋରିପଡିବା ଦେଖାଦେଇଛି । ତେଣୁ ପିତା ମାତା କଂ ଉପରେ ଆର୍ଥିକ ବୋଝ ନ ଲଦି ସରକାର ବହନ କରିବ ଉଚିତ ବୋଲି ମାମଲାରେ ଦର୍ଶାଯାଇଛି । ରାଜ୍ୟ ସରକାରଙ୍କ ଓକିଲ ସରକାରଙ୍କ ପକ୍ଷରଖି ଏହା ଏକ ସ୍କୁଲ ଫି ମାମଲା ଏବଂ ସରକାର ଏଥିପାଇଁ ମାନ୍ୟବର ଅଦାଲତ ରେ ରିପୋର୍ଟ ଦାଖଲ କରିଛନ୍ତି କହିବାରୁ ମାନ୍ୟବର ପ୍ରଧାନ ବିଚାରପତି ସରକାରୀ ଓକିଲଙ୍କ ଯୁକ୍ତି କୁ ଏଡାଇ ଏହା କେବଳ ସ୍କୁଲ ଫି ମାମଲା ନୁହଁ ଶିକ୍ଷା ସଂକ୍ରାନ୍ତରେ ଏଥିରେ ଅନେକ କିଛି ରହିଛି ବୋଲି କହି ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୧୯ ତାରିଖ ଧାର୍ଯ୍ୟ କରିଥିଲ ।କେନ୍ଦ୍ର ସରକାରଙ୍କ ର ଓକିଲ ସମେତ ପ୍ରାୟ୨୦ ଜଣରୁ ଅଧିକ ଏହି ଶୁଣାଣି ରେ ଉପସ୍ଥିତ ଥିଲେ । ଏହି ମାମଲାରେ ରାଜ୍ୟ DAV ସ୍କୁଲ ସମୂହ ସଂଘ ଓ ICSC ବିଦ୍ୟାଳୟ ସଂଘ ପକ୍ଷ ଭୁକ୍ତ ହୋଇ ନିଜନିଜର ମାମଲା ଦାୟର କରିଛନ୍ତି ।ସେମାନେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ସ୍କୁଲ ଫି ସମ୍ପର୍କରେ କରିଥିବା ବୈଠକରେ ସେମାନ ଙ୍କୁ ଡକାଯାଇନି କିମ୍ବା ସେମାନେ ଘରୋଇ ସ୍କୁଲ ସଂଘ ରେ ସଭ୍ୟ ନୁହନ୍ତି ।ତେଣୁ ସେମାନେ ସରକାର ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ରିପୋର୍ଟ କୁ ଗ୍ରହଣ କରିପାରିବେ ନାହିଁ । ରାଜ୍ୟ ଅଭିଭାବକ ସଂଘ ରାଜ୍ୟ ସଭାପତି ପ୍ରଦୀପ୍ତ ନାୟକ ଙ୍କ ତରଫରୁ ଦାୟର ହୋଇଥିବା ଉକ୍ତ ମାମଲାର ପରିଚାଳନା କରୁଥିବା ଆଇନଜୀବୀ ଦୀପକ ମହାପାତ୍ର ସମ୍ପୃକ୍ତ ଦୁଇ ଘରୋଇ ସ୍କୁଲ ସଂଘ କୁ ଏହି ମାମଲାରେ ପକ୍ଷଭୁକ୍ତ କରିବା ପାଇଁ ମଧ୍ୟ ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *