ଭାରତୀୟ ନାଗରିକ ହେବା ପାଇଁ ବିଧାନସଭା ସମ୍ମୁଖରେ ଋଷିଆ ଦମ୍ପତିଙ୍କ ଗୁହାରୀ

ଭୁବନେଶ୍ୱର:-ଓଡିଶାର କଳା, ସଂସ୍କୃତି ପରମ୍ପରା ଅତି ନିଆରା । ଭାରତର ଲୋକମାନେ ଅତି ସରଳ ଓ ଭଲ । ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କର ଆମେ ଉପାସକ । ସେମାନଙ୍କ ଚରଣରେ ଅବଶିଷ୍ଟ ଜୀବନ ବିତାଇବୁ । ସେଥିପାଇଁ ଭାରତୀୟ ନାଗରିକ ହୋଇ ଓଡ଼ିଶାରେ ରହିବାକୁ ଚାହୁଁଛୁ । ଋଷିଆରୁ ଆସିଥିବା ବୃଦ୍ଧ ଦମ୍ପତି ରାଜ୍ୟ ବିଧାନସଭା ଆଗରେ ଅଭିନବ ଉପାୟରେ ନିବେଦନ କରିଛନ୍ତି । ହାତରେ ଗୀତା ମୁହଁରେ କୃଷ୍ଣନାମ ଜପ କରି ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି ।

ଭାରତ ଭ୍ରମଣରେ ଆସିଥିବା ଦୁଇ ଋଷିଆ ନାଗରିକ ହେଲେ ଶକ୍ତି ତାତ୍ତଭ ଦାସ(୬୦) ଓ ତାଙ୍କ ପତ୍ନୀ ତେଜସ୍ୱନୀ ଦେବୀ ଦାସୀ ।
ଗୁରୁବାର ପୂର୍ବାହ୍ନରେ ଋଷିଆର ଏହି ଦମ୍ପତୀ ବିଧାନସଭା ସମ୍ମୁଖରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଭାରତକୁ ପରିଭ୍ରମଣ ପାଇଁ ଆସି ନ ଥିଲୁ । ଏଠାକାର ପ୍ରଭୁ ଶ୍ରୀକୃଷ୍ଣଙ୍କ ଶରଣରେ ରହି ଆଧ୍ୟାତ୍ମିକ ଜ୍ଞାନ ଅର୍ଜନ କରିବା ପାଇଁ ଆସିଥିଲୁ । ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସମୟରେ ଭିସାର ସମୟସୀମା ଶେଷ ହୋଇଥିଲା । ତଥାପି ପୁଲିସ୍‌ ସହାୟତାରେ ଓଡ଼ିଶାରେ ରହୁଛୁ । ଆମେ ଆଉ ଋଷିଆ ଫେରିବାକୁ ଚାହୁଁ ନାହୁଁ । ଓଡ଼ିଶାରେ ରହି ଭାରତୀୟ କଳାସସ୍କୃତିକୁ ଆପଣାଇବାକୁ ଚାହୁଁଛୁ ।

Leave a Reply

Your email address will not be published. Required fields are marked *