ହାଥରସ୍ ମାମଲାରେ ଫରେନସିକ୍ ରିପୋର୍ଟ: ଦୁଷ୍କର୍ମ ହୋଇନି,
ନୂଆଦିଲ୍ଲୀ:-ହାଥରସ୍ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶ ପୁଣିଥରେ ରାସ୍ତାକୁ ଓହ୍ଲାଇ ଆସିଛି। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି ଓ ଦୋଷୀଙ୍କୁ କଠିନରୁ କଠିନ ଦଣ୍ଡ ମିଳିବାକୁ ଦାବି କରାଯାଉଛି। ଏହା ଭିତରେ ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ କିଛି ଅଲଗା କଥା ଦାବି କରୁଛି। ଫରେନସିକ୍ ରିପୋର୍ଟରେ କୁହାଯାଇଛି ପୀଡିତାଙ୍କୁ ଦୁଷ୍କର୍ମ କରାଯାଇ ନାହିଁ, ବଂର ତାଙ୍କର ମୃତ୍ୟୁ ହୃଦଘାତରେ ହୋଇଛି।
ଉତ୍ତର ପ୍ରଦେଶର ଅତିରିକ୍ତ ପୋଲିସ ମହାନିର୍ଦେଶକ ପ୍ରଶାନ୍ତ କୁମାରଙ୍କ ଦାବି ଅନୁସାରେ, ପୀଡିତାଙ୍କ ଶରୀରରୁ କୌଣସି ପ୍ରକାର ସ୍ବର୍ମ ମିଳିନାହିଁ, ଯାହାଦ୍ବାରା ଦୁଷ୍କର୍ମ ହୋଇଥିବା ନେଇ ଜଣାପଡିଥାଏ। ସେ କହିଛନ୍ତି ଫରେନସିକ୍ ରିପୋର୍ଟରୁ ପ୍ରମାଣିତ ହେଉଛି ପୀଡିତାଙ୍କର ଦୁଷ୍କର୍ମ କରାଯାଇ ନାହିଁ। ଏବେ ଆଗକୁ ତଦନ୍ତ ଜାରି ରହିଛି। ପୋଷ୍ଟମର୍ଟମ ରିପୋର୍ଟ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଆସୁଛି। ଏଥିରେ କୁହାଯାଇଛି ପୀଡିତାଙ୍କ ସହିତ ଖୁବ୍ ଅମାନବୀୟ ବ୍ୟବହାର କରାଯାଇଛି ଓ ଏହି କାରଣରରୁ ତାଙ୍କ ଶରୀରର ଭିନ୍ନ ଭିନ୍ନ ସ୍ଥାନରେ ଆଘାତ ଲାଗିଥିବାର ଚିହ୍ନ ରହିଛି।
ଦୀନଦୟାଳ ଉପାଧ୍ୟୟ ହସ୍ପିଟାଲର ଫରେନସିକ୍ ହେଡ୍ ବିଏନ୍ ମିଶ୍ର ପୋଷ୍ଟମର୍ଟମ ରିପୋର୍ଟକୁ ଦେଖିଛନ୍ତି। ସେ କହିଛନ୍ତି ରିପୋର୍ଟରେ ଦୁଷ୍କର୍ମ କଥା କୁହାଯାଇ ନାହିଁ, କିନ୍ତୁ ପୀଡିତାଙ୍କ ପ୍ରାଇଭେଟ୍ ପାର୍ଟକୁ କ୍ଷତି ପହଁଞ୍ଚାଯାଇଥିବା କଥା ଉଲ୍ଲେଖ ରହିଛି। ହାଡ ଭାଙ୍ଗିବା କାରଣରୁ ଓ ଶରୀରରେ ଇମ୍ପେକସନ୍ ହେବା କାରଣରୁ ପୀଡିତାଙ୍କ ମୃତ୍ୟୁ ହୋଇଥିବାର ଏହି ରିପୋର୍ଟରେ ଦାବି କରାଯାଇଛି।