ଆଜି ପ୍ରକାଶ ପାଇବ ଯୁକ୍ତ ୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର:-ଆଜି ପ୍ରକାଶ ପାଇବ ଯୁକ୍ତ ୩ ମେଧା ତାଲିକା । ୨୦୨୦-୨୧ ଶିକ୍ଷାବର୍ଷରେ ଯୁକ୍ତ ୩ କଲେଜଗୁଡିକରେ ନାମଲେଖା ଲାଗି ସୋମବାର ପୂର୍ବାହ୍ନ ୧୧ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସୋମବାରଠାରୁ ଅକ୍ଟୋବର ୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ସହ ଫି’ ଦାଖଲ କରିପାରିବେ।

ରାଜ୍ୟର ୧ ହଜାର ୨୯ଟି କଲେଜ୍ ପାଇଁ ୨ ଲକ୍ଷ ୧୨ ହଜାର ୯୯୮ ଛାତଛାତ୍ରୀ ଆବେଦନ କରିଛନ୍ତି । ଆଜି ହିଁ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିବେ ଛାତ୍ରଛାତ୍ରୀ । ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ୧୦ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖ‌ା ଚାଲିବ।

ସେପ୍ଟେମ୍ବର ୮ରୁ ଯୁକ୍ତ ୩ ନାମଲେଖା ପାଇଁ ବିଭିନ୍ନ ବିଭାଗରେ ଆବେଦନ ଆରମ୍ଭ ହୋଇଛି । ଚଳିତବର୍ଷ କଳା ବିଭାଗରେ ୧,୩୯,୦୨୫, ଫିଜିକ‌ାଲ ସାଇନ୍ସରେ ୪୨,୨୩୪, ବାୟୋଲୋଜିକାଲ ସାଇନ୍ସରେ ୨୬,୬୧୦, ବାଣିଜ୍ୟରେ ୩୧,୧୩୯, ସେଲ୍ଫ ଫାଇନାନ୍ସିଂରେ ୧୬୬୬ ଓ ସଂସ୍କୃତ ବିଭାଗର ୯୧୧୬ ସିଟ୍‌ରେ ନାମଲେଖା ହେବ।

Leave a Reply

Your email address will not be published. Required fields are marked *