ଡ୍ୟାମ୍ ବୁଲିବାକୁ ଆସିଥିଲେ ଡାକ୍ତର ଦମ୍ପତ୍ତି, ସେଲଫି ନେବାବେଳେ ପାଣିରେ ଖସି ପଡି ପତ୍ନୀ ନିଖୋଜ

ଭୋପାଳ:- ଭୋପାଳ ସ୍ଥିତ ହଲାଲି ଡ୍ୟାମ୍ ବୁଲିବାକୁ ଆସିଥିବା ଜଣେ ଡାକ୍ତର ପାଇଁ ସେ  ଦିନ ପାଲଟି ଯାଇଥିଲା ଅତି ଭୟଙ୍କର। ତାଙ୍କ ପତ୍ନୀ  ଡ୍ୟାମ ନିକଟରେ ସେଲଫି ନେବାବେଳେ ନିୟନ୍ତ୍ରଣ ହରାଇ ତଳେ ଖସିପଡିଥିଲେ। ଗତକାଲି ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କିଛି ପତ୍ତା ମିଳିନାହି:।  ଡାକ୍ତରଙ୍କ ପତ୍ନୀ ୧୦ ରୁ ୧୨ ଫୁଟ୍ ତଳେ ଥିବା ପାଣିକୁ ଖସି ପଡିଥିଲେ। ରାତିସାରା ରେସକ୍ୟୁ ଅପରେସନ ପରେ ମଧ୍ୟ ତାଙ୍କର ଉଦ୍ଧାର ହୋଇପାରିନି।ଭୋପାଳର କୋଲାରରେ ରହୁଥିବା ଡାକ୍ତର ଉତ୍କର୍ଷ ମିଶ୍ର ନିଜ ପତ୍ନୀ ହିମାନୀ ମିଶ୍ରଙ୍କ ସହିତ ଭୋପାଳଠାରୁ ପ୍ରାୟ ୪୦ କିଲୋମିଟର ଦୂର ହଲାଲୀ ଡ୍ୟାମ୍ ବୁଲିବାକୁ ଆସିଥିଲେ। ରବିବାର ଛୁଟି ହୋଇଥିବା କାରଣରୁ ଭୋପାଳର ବହୁ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି।  ଡାକ୍ତରଙ୍କ କହିବା ଅନୁସାରେ, ମୁଁ ନିଜର ମୋବାଇଲରେ ମେସେଜ୍ ଚେକ୍ କରୁଥିଲି। ଏହା ଭିତରେ ମୋ ପତ୍ନୀ ସେଲଫି ନେବା ଆରମ୍ଭ କରିଦେଇଥିଲେ ଓ ଏହାପରେ ତାଙ୍କ ପାଦ ଖସିଯିବାରୁ ତଳେ ପଡିଯାଇଥିଲେ। ୧୦ ରୁ ୧୨ ଫୁଟ ତଳେ ପାଣିରେ ସେ ବୋହି ଯାଇଥିଲେ। ଦେଖୁ ଦେଖୁ ମୋ ଆଖି ଆଗରେ ମୋ ପତ୍ନୀ ପାଣିରେ ଭାସିଯାଇ ନିଖୋଜ ହୋଇଗଲେ।’ଏହି ଘଟଣାପରେ ସେଠାରେ ଉଦ୍ଧାକାରୀ ଦଳ ରେସକ୍ୟୁ ଅପରେସନ୍ ଆରମ୍ଭ କରିଥିଲେ। ଏହା ରାତି ସାରା ଚାଲିଥିଲେ ମଧ୍ୟ ଡାକ୍ତରଙ୍କ ପତ୍ନୀଙ୍କର ସନ୍ଧାନ ମିଳିନଥିଲା। ସୋମବାର ସକା​‌ଳେ ମଧ୍ୟ ଆଉଥରେ ରେସକ୍ୟୁ ଅପରେସନ ଚାଲିଥିଲା କିନ୍ତୁ ଖବର ଲେଖାଯିବା ପର୍ଯ୍ୟନ୍ତ ମହିଳାଙ୍କର ବଡି ମିଳିନଥିଲା।

Leave a Reply

Your email address will not be published. Required fields are marked *