ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ଜଣେ ଆହତ

ପାଟଣା:-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧାରୁଆପଡା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏଥିରେ ଜଣେ ଆହତ ଏବଂ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଏ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଧରୁଆପଡା ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଙ୍ଘର୍ଷ ହେବା ଫଳରେ ଗ୍ରାମର ଅଜୟ ମିଶ୍ର ଗୁରୁତର ଆହତ ହେବା ସହିତ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏ ନେଇ ତୁରୁମୁଙ୍ଗା ଥାନାରେ ଅଜୟ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ  ଅଜୟ ଗ୍ରାମର ବୈତରଣୀ ନଦୀ କୁଳରେ ବୁଲୁ ଥିବା ବେଳେ ମୁରୁସୁଆଁ ଗ୍ରାମର ରମେଶ ଚନ୍ଦ୍ର ମହାନ୍ତ ଓ ପରମେଶ୍ବର ମହାନ୍ତଙ୍କ ସମେତ ଅନ୍ୟ ଜଣେ ସହଯୋଗୀ ମିଶି ଠେଙ୍ଗାରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ହୋଇ ପଡିଥିଲେ। ଗୁରୁତରଙ୍କୁ କେନ୍ଦୁଝର ମେଡିକାଲରେ ଚିକିତ୍ସିତ ହେବା ପରେ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ତୁରୁମୁଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *