ଉଦ୍ଘାଟନୀ ମ୍ୟାଚ୍ ଦେଖିଲେ ୨୦ କୋଟି
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ତ୍ରୟୋଦଶ ସଂସ୍କରଣର ଉଦ୍ଘାଟନୀ ମ୍ୟାଚ୍କୁ ୨୦ କୋଟି ଦର୍ଶକ ଦେଖିଛନ୍ତି । ଯାହା ଆଇପିଏଲ୍ ଇତିହାସରେ ଏକ ନୂଆ ରେକର୍ଡ । ଏ ବିଷୟରେ ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି ।
କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଆଇପିଏଲ୍ ୟୁଏଇରେ ଆୟୋଜନ କରିଛି ବିସିସିଆଇ । ମ୍ୟାଚ୍ ବିନା ଦର୍ଶକରେ ଖେଳାଯାଉଛି । ଏହା ସତ୍ତେ୍ୱ ବି ଆଇପିଏଲର ଲୋକପ୍ରିୟତାରେ ହ୍ରାସ ପାଇ ନାହିଁ ବରଂ ବୃଦ୍ଧି ପାଇଛି ।
ବାରାକ (ବ୍ରଡ୍କାଷ୍ଟ ଅଡିଏନ୍ସ ରିସର୍ଚ କାଉନସିଲ)ର ରିପୋର୍ଟ ଅନୁସାରେ ଏହା ସ୍ପଷ୍ଟ ହୋଇଥିବା ସମ୍ପାଦକ ଶାହ କହିଛନ୍ତି । ଶାହା ଟ୍ୱିଟ୍ କରି କହିଛନ୍ତି, ଉଦ୍ଘାଟନୀ ମ୍ୟାଚ୍ରେ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି । ‘ବାରାକ’ରୁ ଜଣା ପଡ଼ିଛି ଯେ ଏହି ମ୍ୟାଚ୍କୁ ୨୦ କୋଟି ଦର୍ଶକ ଦେଖିଛନ୍ତି । ଦେଶରେ କୌଣସି କ୍ରୀଡ଼ା ଲିଗ୍ର ଉଦ୍ଘାଟନୀ ମ୍ୟାଚ୍ରେ ଏହା ସର୍ବାଧିକ ଦର୍ଶକ ।’
ଉଦ୍ଘାଟନୀ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।