ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ନେଲେ ସ୍ବେଚ୍ଛାକୃତ ଅବସର, ଲଢି ପାରନ୍ତି ବିହାର ବିଧାନସଭା ନିର୍ବାଚନ

ପାଟନା:- ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ସମୟ ପୂର୍ବରୁ ସ୍ବେଚ୍ଛାକୃତ ଅବସର(ଭିଆରଏସ୍) ଗ୍ରହଣ କରିଛନ୍ତି। ରାଜ୍ୟର ନୀତୀଶ କୁମାର ସରକାର ମଧ୍ୟ ତାଙ୍କର ଏହି ଭିଆରଏସକୁ ମଞ୍ଜୁର କରିଛନ୍ତି। ଗୁପେଶ୍ବର ପାଣ୍ଡେଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଭିଆରଏସ୍ ନେବାକୁ ନେଇ ବେଶ୍ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା। ଏବେ ସେ ଭିଆରଏସ୍ ପାଇଁ ଆବେଦନ କରିଥିବା ବେଳେ, ରାଜ୍ୟ ସରକାର ଏହାକୁ ମଞ୍ଜୁର କରିଛନ୍ତି। ସିଭିଲ ଡିଫେନ୍ସ ଆଣ୍ଡ ଫାୟାର ସର୍ଭିସେଜର ଡିଜି ସଞ୍ଜୀବ କୁମାର ସିଂଙ୍ଘଲ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ବିହାରର ଡିଜିପ ଭାବରେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିବେ।

୧୯୮୭ ବ୍ୟାଚର ଆଇପିଏସ ଅଫିସର ଗୁପ୍ତେଶ୍ବର ପାଣ୍ଡେ ୨୦୧୯ରେ ବିହାର ଡିଜିପି ହୋଇଥିଲେ। ଡିଜିପି ଭାବରେ ତାଙ୍କର କାର୍ଯ୍ୟକାଳ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଥିଲା। ତେବେ ମଙ୍ଗଳବାର ସେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଭିଆରଏସ୍ ନେବାର ନିଷ୍ପତ୍ତି ନେଇଥିଲେ, ଯାହାକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ତାଙ୍କର ଭିଆରଏସ୍ ପରେ ଚର୍ଚ୍ଚା ହେଉଛି ଯେ, ଗୁପ୍ତେଶ୍ବର ବିଧାନସଭା ନିର୍ବାଚନ ଲଢିପାରନ୍ତି। କୁହାଯାଉଛି ଯେ, ସେ ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି।

ରାଜନୀତିକୁ ଯିବାର ପ୍ରଶ୍ନରେ ଗୁପ୍ତେଶ୍ବର ପାଣ୍ଡେ କହିଛନ୍ତି, ମୁଁ ନିଶ୍ଚିତ ଭାବରେ ଏତିକି କହିବି, ଯାହା କରିବି ନିଜର ଲୋକଙ୍କ ସହ କଥା ହୋଇ ଓ ସାର୍ବଜନୀନ ଭାବରେ କରିବି। ୧୫ ବର୍ଷ ଭିତରେ ବିହାରରେ ବହୁତ କିଛି ବଦଳି ଯାଇଛି। ପୂର୍ବ ତୁଳନାରେ ରାଜ୍ୟରେ ଅପରାଧ କମିଛି। ସେ କହିଛନ୍ତି, ପୋଲିସ ସେବା ସେ ଖୁବ୍ ନିଷ୍ଠାର ସହ କରିଛନ୍ତି।

Leave a Reply

Your email address will not be published. Required fields are marked *