କରୋନା ଯୋଗୁ ମୌସୁମୀ ଅଧିବେଶନରେ ଲାଗିଲା ବ୍ରେକ,

ନୂଆଦିଲ୍ଲୀ:-କରୋନା ସଂକ୍ରମଣ ଯୋଗୁ ସଂସଦର ମୌସୁମୀ ଅଧିବେଶନ ଅନିଶ୍ଚିତକାଳ ପାଇଁ ବନ୍ଦ ହୋଇପାରେ। ସରକାର ଧାର୍ଯ୍ୟ ସମୟ ପୂର୍ବରୁ ଅନିଶ୍ଚିତକାଳ ପାଇଁ ସଂସଦକୁ ସ୍ଥଗିତ ରଖିବା ନିଷ୍ପତି ନେଲେ। ଗୃହ ମନ୍ତ୍ରୀ ମୁରଲୀଧରନ ଆଜି (ବୁଧବାର) ରାଜ୍ୟସଭାରେ କହିଛନ୍ତି, ତାଙ୍କୁ ସଦସ୍ୟଙ୍କୁ ସୁନିଶ୍ଚିତ କରିବାର ଅଛି ଯେ ଆଜିଠାରୁ ଅନିଶ୍ଚିତକାଳ ପାଇଁ ସଂସଦ ସ୍ଥଗିତ ରଖାଯିବ। ମାତ୍ର ଏହା ପୂର୍ବରୁ ଲୋକସଭାରୁ ପାସ୍ କିଛି ଜରୁରୀ କାର୍ଯ୍ୟକୁୂ ଗୃହରେ ପୂରା କରାଯିବ।

ଲୋକସଭା ଅଧିବେଶନ ଆଜି ସନ୍ଧ୍ୟା ୬ଟାରେ ଆରମ୍ଭ ହେବ। ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଗତକାଲି ସନ୍ଧ୍ୟାରେ ଏକଥା ଘୋଷଣା କରିଥିଲେ। ରାଜ୍ୟସଭାକୁ ଅଧିକ ସମୟ ଦେବା ପାଇଁ ଏମିତି କରାଯାଉଛି। ଏହା ବ୍ୟତୀତ କରୋନା ସଂକ୍ରମଣ ଯୋଗୁ ବିରୋଧୀ ଦଳର ଦାବି ଥିଲା ମୌସୁମୀ ଅଧିବେଶନକୁ ସମୟ ପୂର୍ବରୁ ଶେଷ କରାଯାଉ।

କରୋନାରେ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଦୁଇ ଗୃହର ବୈଠକ ଦୁଇଟି  ସଭା କକ୍ଷରେ ହେଉଛି। ଏଥିପାଇଁ ରାଜ୍ୟସଭାକୁ ସକାଳ ୯ଟାରୁ ଦ୍ବିପହର ୧ଟା ଓ ଲୋକସଭା ପାଇଁ ଦ୍ବିପହର ତିନିଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଚାଲୁଛି। ଲୋକସଭା ଅଧିବେଶନ ସନ୍ଧ୍ୟାରେ ହେଉଥିବାରୁ ରାଜ୍ୟସଭାକୁ ଅଧିକ ଏକ ଘଣ୍ଟା ମିଳିପାରୁଛି।ଏପରିକି ଲୋକସଭାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ ହେଉଛି।ଏଣୁ ଲୋକସଭାରେ ପାରିତ ବିଭିନ୍ନ ବିଲକୁ ରାଜ୍ୟସଭାରେ ଆଜି ଅଧିକ ସମୟଦିଆଯିବ। ସବୁ ଦଳ ସହମତି କ୍ରମେ ଆଜି ମୌସୁମୀ ଅଧିବେଶନ ବନ୍ଦ ହୋଇପାରେ।

Leave a Reply

Your email address will not be published. Required fields are marked *