ଝାରପଡ଼ା ଜେଲ୍‌ରେ କରୋନା ଆକ୍ରାନ୍ତ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ବର:-ଝାରପଡ଼ା ଜେଲରେ ବିଚାରାଧୀନ ବନ୍ଦୀ ଭାବରେ ସଜା କାଟୁଥିବା ଜଣେ ବନ୍ଦୀଙ୍କର କରୋନାରେ ମୃତ୍ୟୁ ଘଟିଛି । ମୃତକ ହେଲେ ବ୍ରହ୍ମପୁର ପ୍ରତାପ ନଗର ଲେନ୍‌-୨ ଅଞ୍ଚଳର ଯୁଗଳ ମାଧବ ଖଣ୍ଡୁଆଳ (୫୬)।

ଜେଲ ଅଧୀକ୍ଷକ ଧୀରେନ୍ଦ୍ରନାଥ ବାରିକଙ୍କ ସୂଚନା ଅନୁଯାୟୀ ଯୁଗଳ ଏକ ଠକେଇ ଓ ଅନ୍ୟାନ୍ୟ ମାମଲାରେ ଗିରଫ ହୋଇ ୨୦୦୯ ମେ ୯ରେ ଏଠାକୁ ଆସିଥିଲେ । ବିଚାରାଧୀନ ବନ୍ଦୀ ଭାବରେ ସେ ଏଠାରେ ସଜା କାଟୁଥିଲେ । ୧୩ ତାରିଖ ସନ୍ଧ୍ୟାରେ ହଠାତ୍‌ ତାଙ୍କୁ ଜ୍ୱର ହୋଇଥିଲା । ଜ୍ୱର ନକମିବାରୁ ସେହି ରାତିରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା । ୧୪ ତାରିଖ ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ କରୋନା ସଂକ୍ରମିତ ଥିଲେ । ଯୁଗଳଙ୍କ ମୃତ୍ୟୁ ପରେ ଏବେ ଅନ୍ୟ ଅନ୍ତେବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଜେଲ ପରିସରକୁ ସାନିଟାଇଜ କରାଯିବ ସହ ଅନ୍ୟ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର କରୋନା ପରୀକ୍ଷା କରାଯିବା ନେଇ ଜେଲ୍‌ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି ।

Leave a Reply

Your email address will not be published. Required fields are marked *